ବିଜେପି-ହ୍ବାଟସଆପ୍ ମଧ୍ୟରେ ଭିତିରି ସମ୍ପର୍କ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତାପାର୍ଟିକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲିଙ୍କ ଥିବା ପ୍ରସଙ୍ଗରେ ପୁଣି ଥରେ ନିଜ ମତ ଦେଇଛନ୍ତି ରାହୁଲ। ସେ ଟାର୍ଗେଟ କରି କହିଛନ୍ତି ଯେ,ଏଥର ସେମାନଙ୍କର ଲକ୍ଷ୍ୟ ହେଉଛି ହ୍ବାଟସଆପ୍। ରାହୁଲ ଆମେରିକାର ଟାଇମ୍ ପତିକ୍ରାର ଏକ କ୍ଲିପ୍ ସେୟାର କରି ଦାବି କରିଛନ୍ତି ଯେ, ବିଜେପି ଓ ହ୍ବାଟସ୍ଅପ୍ ମଧ୍ୟରେ ଭିତିରି ସମ୍ପର୍କ ରହିଛି।
ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ, ଆମେରିକାର ଟାଇମ୍ ମାଗାଜିନ ହ୍ବାଟସ୍ଅପ୍-ବିଜେପିର ଭିତିରି ସମ୍ପର୍କକୁ ନେଇ ପ୍ରକାଶ କରିଛି। ହ୍ବାଟସ୍ଅପ୍ ୪୦ କୋଟି ଭାରତୀୟ ଏହାକୁ ବ୍ୟବହାର କରନ୍ତି। ହ୍ବାଟସ୍ଅପ୍ ମଧ୍ୟ ଦେୟ ନେଣ ଦେଣ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହୁଁଛି ଯେଉଁଥି ପାଇଁ ମୋଦୀ ସରକାରଙ୍କ ଅନୁମୋଦନ ଆବଶ୍ୟକ ରହିଛି। ତେଣୁ ହ୍ବାଟସ୍ଅପ୍ ଉପରେ ବିଜେପିର ଅଧିକାର ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
America's Time magazine exposes WhatsApp-BJP nexus:
Used by 40 Cr Indians, WhatsApp also wants to be used for making payments for which Modi Govt's approval is needed.
Thus, BJP has a hold over WhatsApp.https://t.co/ahkBD2o1WI
— Rahul Gandhi (@RahulGandhi) August 29, 2020
ଟାଇମ୍ ମାଗାଜିନରେ ଥିବା ଆର୍ଟିକିଲରେ ପ୍ରକାଶ ପାଇଛି ଯେ, ଘୃଣାଭାବ ମନ୍ତବ୍ୟ ଉପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରୋଟୋକଲକୁ ଉଲ୍ଲଂଘନ କରିଥିବା ବିଜେପି ନେତାଙ୍କ କିଛି ମନ୍ତବ୍ୟ ଉପରେ କୁହାଯାଇଛି। ଏଥିସହିତ ଫେସବୁକ କିପରି ଘୃଣାଭାବ ମନ୍ତବ୍ୟ ଧରିବାରେ ବିଫଳ ହୋଇଛି ସେ ନେଇ ପ୍ରକାଶ ପାଇଛି।
Comments are closed.