ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଉପ ଯୁକ୍ତ କ୍ଷତିପୂରଣ : ଏସଆରସି
ଭୁବନେଶ୍ବର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି। ବନ୍ୟାଜନିତ ମୃତ୍ୟୁ ପାଇଁ ମିଳିବ ଉପଯୁକ୍ତ କ୍ଷତିପୂରଣ।ପୋଲିସ ତଦନ୍ତରେ ଏସଆରସିଙ୍କୁ ରିପୋର୍ଟ ପ୍ରଦାନ ପରେ ନିଆଯିବ ଉପଯୁକ୍ତ ପଦକ୍ଷେପ। ଏପରକି ମୃତ୍ୟୁକଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବ। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା।
ଅନ୍ୟପକ୍ଷରେ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି। କେତେ ଘର ଭାଙ୍ଗିଛି ତାର ରିପୋର୍ଟ ପ୍ରସ୍ତୁତ କରି ଏସଡିଆରଏଫ ଗାଇଡଲାଇନ ଅନୁସାରେ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ କରିବା ପାଇଁ ଏସଆରସି ସୂଚନା ଦେଇଛନ୍ତି।
Comments are closed.