ଟୁଇଟର ବଡ଼ ନିଷ୍ପତ୍ତି: କପି ପେଷ୍ଟ ଟୁଇଟ ଉପରେ ଲାଗିଲା ଲଗାମ

ନୂଆଦିଲ୍ଲୀ: ଅନଲାଇନ୍ ସୋସିଆଲ ମିଡିଆ ସାଇଟ୍ ଟୁଇଟର ନେଇଛି ବଡ଼ ନିଷ୍ପତ୍ତି। ଯାହାଫଳରେ କି ବିଭିନ୍ନ ପାର୍ଟି ଓ ସଂସ୍ଥା ଗୁଡ଼ିକର କାର୍ଯ୍ୟକରୁଥିବା ଆଇଟି ସେଲ ପାଇଁ ସମସ୍ୟା ହେବ। ଟୁଇଟରରେ ଯେଉଁ ପୋଷ୍ଟ ଗୁଡ଼ିକ କପି ପେଷ୍ଟ ହୋଇଥିବ ତାହା ଆଉ ଟାଇମଲାଇନରେ ଦେଖିବାକୁ ମିଳିବନି। କପି ପେଷ୍ଟ ପୋଷ୍ଟ କିମ୍ବା ଜଣେ ବ୍ୟକ୍ତି ଆଉ ଜଣଙ୍କର ପୋଷ୍ଟକୁ କପି କରି ପୋଷ୍ଟ କରିଥିବେ ଅଥବା ଗୋଟିଏ ପୋଷ୍ଟକୁ ବହୁ ଲୋକ ଯଦି ଟୁଇଟ କଲେ ସେହି ପୋଷ୍ଟ ଆଉ ବ୍ୟକ୍ତିଙ୍କର ଟାଇମଲାଇନ୍ ରେ ଦେଖିବାକୁ ମିଳିବନି।
ଟୁଇଟର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ଯେ, ଗତ କିଛି ବର୍ଷ ମଧ୍ୟରେ ଟୁଇଟରରେ କପି-ପେଷ୍ଟ ‘କପିପାସ୍ତା’ ଟ୍ୱିଟ୍ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଛି। ଅନେକ ଲୋକ ସମାନ ଟ୍ୱିଟ୍ କରି କପି କରୁଛନ୍ତି। ଏଭଳି ପରିସ୍ଥିତିରେ ଆମେ ଏଭଳି ଟ୍ୱିଟର ଦୃଶ୍ୟମାନତା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ। ଟ୍ୱିଟର ଏହାର ନୂତନ ନୀତିରେ କପିପାସ୍ତା ଟ୍ୱିଟ୍ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଅନଲାଇନ୍ ଦୁନିଆରେ କପି ହେଉଥିବେ କଣ୍ଟେଣ୍ଟ ପାଇଁ କପିପାସ୍ତା ବ୍ୟବହୃତ ହୁଏ ବୋଲି ଟୁଇଟର ପକ୍ଷରୁ କୁହାଯାଇଛି।
We’ve seen an increase in ‘copypasta,’ an attempt by many accounts to copy, paste, and Tweet the same phrase. 🍝🔁
When we see this behavior, we may limit the visibility of the Tweets. https://t.co/OCVudJPXPm
— Twitter Comms (@TwitterComms) August 27, 2020
କପି ପେଷ୍ଟର ବହୁଳ ମାତ୍ରାକୁ ଦେଖି ଟ୍ୱିଟର ମୋବାଇଲ୍ ଆପରେ ଏକ ନୂଆ ଫିଚର ମଧ୍ୟ ପ୍ରକାଶ କରିଛି। ଯେଉଁଥିରେ ଆପଣ ଆପଣଙ୍କର ଟ୍ୱିଟ୍ କପି କରିବାର ବିକଳ୍ପ ବନ୍ଦ କରିପାରିବେ। ଏଥି ସହିତ କମ୍ପାନୀ ନିକଟରେ Retweet with quote ଫିଚର ଜାରି କରିଛି।
Comments are closed.