Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ପୁଣି ଆଉ ୩୦୧୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୪୬ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୨୫, ବାଲେଶ୍ୱର ୧୩୮, ବରଗଡ଼ ୧୨୪, ଭଦ୍ରକ ୪୦,ବଲାଙ୍ଗୀର ୩୫, କଟକ ୩୩୭, ଦେବଗଡ଼ ୨, ଢେଙ୍କାନାଳ ୪୯, ଗଜପତି ୯, ଗଞ୍ଜାମ ୨୧୬, ଜଗତସିଂହପୁର ୬୬, ଯାଜପୁର ୩୮, ଝାରସୁଗୁଡା ୪୫, କଳାହାଣ୍ଡି ୪୦, କନ୍ଧମାଳ ୬୦, କେନ୍ଦ୍ରାପଡା ୪୪, କେନ୍ଦୁଝର ୬୮, କୋରାପୁଟ ୧୨୦, ମାଲକାନଗିରି ୪୯, ମୟୁରଭଞ୍ଜ ୨୯୨, ନବରଙ୍ଗପୁର ୩୮, ନୟାଗଡ଼ ୨୯, ନୂଆପଡା ୭, ପୁରୀ ୧୧୮, ରାୟଗଡା ୧୦୪, ସମ୍ବଲପୁର ୧୦୨, ସୋନପୁର ୪୪ , ସୁନ୍ଦରଗଡ ରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୦୦,୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯,୬୮୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.