ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ

ଭୁବନେଶ୍ୱର: ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ବନ୍ଦ କରିଦିଆଯାଇଛି। ଫଳରେ ଏବେ ଡ୍ୟାମରୁ ମୋଟ ୩୪ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଏବେ ଡ୍ୟାମକୁ ୫ ଲକ୍ଷ ୧୬ ହଜାର ୨୫୬ କୁ୍ୟସେକ ଜଳ ପଶୁଥିବାବେଳେ ଡ୍ୟାମରୁ ୫ ଲକ୍ଷ ୯୮ ହଜାର ୮୪୭ କୁ୍ୟସେକ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୧୦ ଲକ୍ଷ ୨୬ ହଜାର ୨୧୮ କୁ୍ୟସେକ ଜଳ ପ୍ରବାହିତ ହେଉଛି।
ପୂର୍ବରୁ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଥିଲେ ଯେ, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। ଗତକାଲି ହୀରାକୁଦକୁ୯ଲକ୍ଷ କୁ୍ୟସେକ ଜଳ ପଶୁଥିଲା। ୪୬ଟି ଗେଟ ଖୋଲାଯାଇଥିଲା। ଏବେ ୫ ଲକ୍ଷ କୁ୍ୟସେକ ଜଳ ପଶୁଛି। ତେଣୁ ମାତ୍ର ଗେଟ ସଂଖ୍ୟା କମାଯାଇଛି। ଏବେ ସୁଦ୍ଧା ରାଜ୍ୟରେ ୩୬ଟି ଘାଇ ହୋଇଛି। ତେବେ ବହୁତ ଘାଇ ହୋଇଥାନ୍ତା, କିନ୍ତୁ ଅନୁଭୂତି ସମ୍ପନ୍ନ ଅଫିସରଙ୍କ ପାଇଁ କମିଛି। ମହାନଦୀ ସିଷ୍ଟମରେ ୫ଟି ଘାଇ ହୋଇଛି। ସ୍ଥିତି ସୁଧୁରିବାକୁ ୪ ଦିନ ଲାଗିବ ବୋଲି ଶ୍ରୀ ରଥ କହିଥିଲେ।
Comments are closed.