ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ମୁଖାର୍ଜୀଙ୍କୁୁ ଭାରତର ଜଣେ ମହାନ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଅଗାଧ ଜ୍ଞାନର ଗନ୍ତାଘର ଥିଲେ।
ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ଉପଯୋଗୀ, ନୀତିସଂଗତ ଓ ସନ୍ତୁଳିତ ଥିଲା। ତାଙ୍କର ଏ ଚମକପ୍ରଦ ରାଜନୈତିକ ଜୀବନ ଥିଲା ଏବଂ ନିଜର ବିବେକସମ୍ମତ ନିଷ୍ପତ୍ତି ତଥା ଶାସନରେ ତାଙ୍କର ଅଦ୍ବିତୀୟ ଅଭିଜ୍ଞତା ପାଇଁ ସେ ସମାଜର ସବୁ ବର୍ଗ ଦ୍ବାରା ସମ୍ମାନିତ ଓ ଗ୍ରହଣୀୟ ଥିଲେ ବୋଲି ନବୀନ କହିଛନ୍ତି।
Deeply saddened to know about the demise of former President #PranabMukherjee. #PranabDa was a prolific reader, powerful orator, scholar & had an unparalleled experience in governance. He will always be remembered for his exceptional ability to forge consensus on national issues.
— Naveen Patnaik (@Naveen_Odisha) August 31, 2020
ଜାତୀୟ ପ୍ରସଙ୍ଗରେ ତାଙ୍କର ସହମତି ସୃଷ୍ଟିରେ ଅସାଧାରଣ ଦକ୍ଷତା ପାଇଁ ସେ ଚିରଦିନ ମନେରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଣବଙ୍କ ମୃତ୍ୟୁ ଏକ ଯଶସ୍ବୀ ଜୀବନର ଅବସାନ ଘଟାଇଲାବୋଲି ସେ କହିଛନ୍ତି। ସ୍ବର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଂଜଳି ଜଣାଇବା ସହ ପ୍ରଣବଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ନବୀନ।
Comments are closed.