ଦଲେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦଳେଇ ଘାଇଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ବହୁଛି। ଫଳରେ ଜିଲ୍ଲାର ପ୍ରବାହିତ ବିଭିନ୍ନ ଶାଖା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବିପଦ ସଙ୍କେତ ୫୭ ଫୁଟ୍ ଥିବା ବେଳେ ଏବେ ୫୭.୬୦ ଫୁଟରେ ପାଣି ବହୁଛି।
ମାଛଗାଁରେ ମଧ୍ୟ ଦେବୀ ନଦୀ ବିପଦ ସଙ୍କେତ ଟପିଛି। ମାଛଗାଁରେ ଦେବୀ ନଦୀର ବିପଦ ସଙ୍କେତ ୧୩ ଫୁଟ ଥିବାବେଳେ ଏବେ ୧୪.୫୦ ଫୁଟର ଜଳ ପ୍ରବାହିତ ହେଉଛି। ମାତ୍ର ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ତଳେ ରହିଛି। ଏଠାରେ ବିପଦ ସଙ୍କେତ ୧୧.୭୬ମି. ଥିବାବେଳେ ଏବେ ଜଳସ୍ତର ୧୧.୩୧ମି ରହିଛି।
ସେହିପରି, ତାରପୁର ଓ ତାର୍ତ୍ତୋଲରେ ବିପଦ ସଙ୍କେତ ଉପରେ ମହାନଦୀ। ତାରପୁରରେ ମହାନଦୀର ବିପଦ ସଙ୍କେତ ୯.୮୦ ମି., ଥିବାବେଳେ ଏବେ ୧୧.୧୪ ମି. ବନ୍ୟା ଜଳ ପ୍ରବାହିତ ହେଉଛି। ତାର୍ତ୍ତୋଲରେ ମହାନଦୀ ବିପଦ ସଙ୍କେତ ୪.୯୩୫ ମି, ଥିବାବେଳେ ଏବେ ୫.୩୫ ମି ଜଳ ପ୍ରବାହିତ ହେଉଛି। ଶଙ୍ଖେଶ୍ୱରରେ ମହାନଦୀର ଶାଖାନଦୀ ପାଇକା ବିପଦ ସଙ୍କେତ ଉପରେ ରହିଛି। ଏଠାରେ ପାଇକା ନଦୀ ବିପଦ ସଙ୍କେତ ୨୨.୭୫ ଫୁଟ ଥିବାବେଳେ ଏବେ ୨୬.୯୦ ଫୁଟ ରହିଛି।
Comments are closed.