ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ ଲକ୍ଡାଉନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ ଲକ୍ଡାଉନ ଅବଧି ବୃଦ୍ଧି। ଏନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ଗାଇଡଲାଇନ ମୁତାବକ ସେପ୍ଟେମ୍ବର ୩୦ ଯାଏ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ମାତ୍ର ସେପ୍ଟେମ୍ବର ୮ ତାରିଖରୁ ମେଟ୍ରା ରେଳସେବା ଆରମ୍ଭ ହେବ।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଭାରତ ସରକାର ‘ଅନ୍ଲକ୍ ୪.୦’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ପରାମର୍ଶ କରି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର, ରେଳ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ଏହି ଗାଇଡ୍ଲାଇନ୍ ଅନୁସାରେ, ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ। ସେପ୍ଟେମ୍ବର ୨୧ ତାରିଖ ପର ଠାରୁ ୧୦୦ ଜଣ ବ୍ୟକ୍ତିଙ୍କ ଯୋଗଦାନ ମଧ୍ୟରେ ସାମାଜିକ, ଶିକ୍ଷାଭିତ୍ତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଏବଂ ଅନ୍ୟ ସମାବେଶ ପାଇଁ ଅନୁମତି ମିଳିବ। ଏଥସହ ସ୍କୁଲ୍ କଲେଜ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ଯାଏଁ ବନ୍ଦ ରହିଲେ ବି ସେପ୍ଟେମ୍ବର ୨୧ ପରେ ଶିକ୍ଷକମାନଙ୍କ ଠାରୁ ଗାଇଡାନ୍ସ୍ ପାଇବାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଅଞ୍ଚଳ ବାହାରେ ଥିବା ସ୍କୁଲ୍ମାନଙ୍କୁ ୯ମ ରୁ ୧୨ଶ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ୍କୁ ଯିବାକୁ ଅନୁମତି ପାଇବେ। କିନ୍ତୁ, ଏଥିପାଇଁ ସେମାନଙ୍କର ପିତାମାତା ବା ଅଭିଭାବକ ଲିଖିତ ସମ୍ମତି ପ୍ରଦାନ କରିବେ।
Comments are closed.