ଚର୍ଚ୍ଚାରେ ‘ମୋଦୀ ଇଟିଲି’, କେଉଁ ସହରରେ ମିଳିବ ଜାଣନ୍ତୁ

କୋଇମ୍ବାଟୁର: ପିଏମ୍ ମୋଦୀଙ୍କ ଲୋକପ୍ରିୟତା ସାରା ଭାରତରେ ରହିଛି। ପିଏମ୍ ମୋଦୀଙ୍କୁ ଜଣେ ଦକ୍ଷ ନେତା ଭାବେ ବହୁତ ଜନସାଧାରଣ ପସନ୍ଦ କରନ୍ତି। ଯାହା ୨୦୧୯ ସାଧାରଣ ନିର୍ବାଚନରେ ମୋଦୀଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା। ମୋଦୀଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁର ସେଲମ ସହରରେ ମୋଦୀଙ୍କ ନାମରେ ଇଟିଲି ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଛି। ଏହି ଇଟିଲିର ନାମ ମୋଦି ଇଟିଲି ରଖାଯାଇଛି। ସେଲମ ସହରରେ ପ୍ରଥମ ପର୍ଯ୍ୟାୟରେ ୨୨ ଦୋକାନରେ ଏହି ଇଟିଲି ମିଳିବ। ଏହାପରେ ବିକ୍ରି ହିସାବରେ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି।
ସେଲମ ସହରରେ ମୋଦୀଙ୍କ ନାଁରେ ଇଟିଲି ବିକ୍ରି କରିବା ପ୍ରସ୍ତୁତି ଜୋରସୋରରେ ଚାଲିଛି। ସହରର ସବୁଆଡେ ପୋଷ୍ଟର ମଧ୍ୟ ଲଗାଯାଇଛି। ଏହି ମୋଦୀ ଇଟିଲିର ଦାମ ୧୦ ଟଙ୍କା ରହିଛି। ୧୦ ଟଙ୍କାରେ ୪ଟି ଇଟିଲି ଓ ସାମ୍ବର ଦିଆଯିବ।
ତାମିଲନାଡୁ ସେଲମ ସହରରେ ମୋଦୀ ଇଟିଲି ବିକ୍ରି କରିବା ବିଚାର ରାଜ୍ୟର ବିଜେପି ନେତା ମହେଶଙ୍କର। ସେ ସହରରେ ପୋଷ୍ଟର ମଧ୍ୟ ଲଗାଇଛନ୍ତି। ପୋଷ୍ଟରରେ ଲେଖାଯାଇଛି ମହେଶ ପ୍ରସ୍ତୁତ କରୁଛନ୍ତି ମୋଦୀ ଇଟିଲ। ପ୍ରତିଦିନ ପାଖାପାଖି ୪୦ ହଜାର ଇଟିଲି ତିଆରି କରାଯିବ। ମୋଦୀ ଇଟିଲି ଆଗାମୀ ସପ୍ତାହରୁ ମିଳିବ ବୋଲି ସୂଚନା ରହିଛି।
Comments are closed.