ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ବୌଦ୍ଧ: ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟସ୍ଥ ପାହାଡ଼ି ଲକ୍ଷ୍ମୀ ନାଳରେ ଫଶି ରହିଥିବା ଶିଶୁ ଉଦ୍ଧାର। ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୫ ବର୍ଷର ଶିଶୁର ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଗୋଡ଼ ନବାହାରିବାରୁ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୨ ଘଣ୍ଟା ପରିଶ୍ରମ ପରେ ଓଡ୍ରାଫ ଟିମ୍ ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର କରିଛନ୍ତି। ଉଦ୍ଧାର ବାଳକର ନାମ ନୀଳମଣି ନାୟକ।
ସୂଚନାଯୋଗ୍ୟ, ୫ ବର୍ଷର ଶିଶୁ ବେକେ ପାଣିରେ ପଥର ଫାଙ୍କରେ ଫସିଥିବାରୁ ନଦୀ ଉପର ମୁଣ୍ଡରୁ ଆସୁଥିବା ପାଣିକୁ ବନ୍ଦ ପାଇଁ ଏକ ବନ୍ଧ ବନ୍ଧାଯାଇଥିଲା । ଏଥିସହ ଉପର ମୁଣ୍ଡରେ ଥିବା ଡ୍ୟାମ୍ ଗେଟ୍ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ସଫଳତା ମିଳିଛି। ପଥର ଫାଙ୍କରୁ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
Comments are closed.