କରୋନା : ରାଜ୍ୟରେ ୩୨୧୯ ପଜିଟିଭି ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୯୧୦୯୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୩୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୨୮୮ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୬, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡ଼ାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୧୦୨, ଖୋର୍ଦ୍ଧାରୁ ୭୩୧, କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୫୫, ନୟାଗଡରୁ ୬୨, ନୂଆପଡ଼ାରୁ ୪୯, ପୁରୀରୁ ୨୧୭, ରାୟଗଡ଼ାରୁ ୨୫ଜଣ, ସମ୍ବଲପୁରରୁ ୭୮, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୬୦ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୯୧୦୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୪୪୩ ଆକ୍ଟିଭ୍ କେସ୍ ରହିଥିବା ବେଳେ୮୦୭୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.