ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚିକିତ୍ସାଧିନ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗ୍ରାମାଞ୍ଚଳ ଥାନା ତିଲେଇଘୁଟୁ ଗ୍ରାମର କାର୍ମୀ ସୋରେନ।
ପ୍ରକାଶ ଯେ, ମଙ୍ଗଳବାର କାର୍ମୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ମ୍ୟାଲେରିଆ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ କାର୍ମୀ ହସପିଟାଲରୁ କେଉଁଆଡେ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ରାତି ସାରା ଖୋଜାଖୋଜି କରି ନିରାଶ ହୋଇଥିଲେ। ତେବେ ବୁଧବାର ସକାଳୁ ମେଡିକାଲ ପରିସରରେ ଥିବା ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ତାଙ୍କ ପରିବାର ଲୋକେ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
Comments are closed.