ଚଳିତ ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କାଲିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ୍-୪ କଟକଣା। କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳରେ କିଛିଟା ପରିବର୍ତ୍ତନା କରାଯାଇଛି। ମିଳିଥିବା ସୂଚନା ମୁତାବିକ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ହେଲେ ପୂର୍ବପରି ଶ୍ୟନ୍ୟକାଳ ରହିବ।
ସେପ୍ଟମ୍ବର ୧୪ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ଦିନରେ ଲୋକସଭାର କାର୍ଯ୍ୟକାଳ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିବ। ଅନ୍ୟପଟେ ବାକି ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ରାଜ୍ୟସଭାର ପ୍ରଥମ ଦିନର କାର୍ଯ୍ୟକାଳ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିବ। ଅନ୍ୟଦିନ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର ମୌସୁମୀ ଅଧିବେଶନରେ ଶନିବାର ଓ ରବିବାର ମଧ୍ୟ ସଂସଦ କାର୍ଯ୍ୟକାଳ ଅନୁଷ୍ଠିତ ହେବ। ଚଳିତଥର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟେବାର ୧ ଯାଏଁ ଅନୁଷ୍ଠିତ ହେବ। ଚଳିତଥର ସଂସଦର ମୌସୁମୀ ଅଧିବେଶନର ମୋଟ ୧୮ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ।
କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳିତଥର ସଂସଦର ମୌସୁମୀ ଅଧିବେଶନର ଦୁଇ ଗୃହର ପୃଥକ ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକାରୀମାନେ କହିଥିଲେ ଯେ କୋଭିଡ-୧୯ ମହାମାରୀ ପରେ ପ୍ରଥମ ଥର ପାଇଁ ଅଧିବେଶନ ପାଇଁ ଅନେକ ପ୍ରସ୍ତୁତି ଚାଲିଛି, ଯେପରି ସମସ୍ତ ସଦସ୍ୟଙ୍କୁ କୋଭିଡ ପରୀକ୍ଷା କରାଯିବ। ଲୋକସଭା ଏବଂ ରାଜ୍ୟସଭାର ସଭାଗୁଡ଼ିକ ପୃଥକ ଭାବରେ ସାମାଜିକ ଦୂରତା ନିୟମ ପାଳନ କରିବେ। ଅଲଗା ହେବ ଯାହା ଦ୍ବାରା ସମସ୍ତ ଚାମ୍ବର ଏବଂ ଗ୍ୟାଲେରୀ ସଦସ୍ୟମାନଙ୍କୁ ବସିବା ପାଇଁ ବ୍ୟବହୃତ ହୋଇପାରିବ। ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି ଅଧିକାରୀ କହିଛନ୍ତି।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ, ତାଙ୍କ ପରିବାର ବର୍ଗ ଓ ଏବଂ ସଂସଦରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ପୂର୍ବରୁ ସମସ୍ତଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ। ୭୨ ଘଣ୍ଟା ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
Comments are closed.