ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜ ନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ କରିଛି । ଦିଲ୍ଲୀପଙ୍କ ଘର ସମେତ ୬ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ଟିମ୍। ଝାରୁସୁଗୁଡ଼ା ମ୍ୟୁନିସିପାଲଟି କଲୋନୀରେ ଥିବା ସରକାରୀ ବାସଭବନ, ଝାରସୁଗୁଡ଼ା ସହରରେ ଥିବା ଏକ ବିଲ୍ଡିଂ, ଏବଂ ଏକ ପେଟ୍ରୋଲ ପମ୍ପ ସମେତ ଅନ୍ୟ ସ୍ଥାନ ଗୁଡ଼ିକରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼ ଚାଲିଛି ।
Comments are closed.