ବାପା ଓ ବଡ଼ଭାଇର ବେକ କାଟିଲା ସାନପୁଅ
ଦଶପଲ୍ଲା: ସମ୍ପତ୍ତି ଲୋଭରେ ବାପା ଓ ବଡ଼ଭାଇର ବେକ କାଟିଛି ସାନପୁଅ। ଏମିତି ଏକ ଘଟଣା ଦେଖିବାକୁ ମିଳିଛଇ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳର ଗଣେଶ ବଜାରରେ।
ପ୍ରକାଶ ଯେ, ଗଣେଶ ବଜାରର ହରି ସାହୁ ଓ ବଡ଼ପୁଅ ଲଷ୍ମୀଧର (ବାବୁଲା) ଘରେ ଶୋଇଥିବା ସମୟରେ ଭୁବନେଶ୍ୱର ରେ ରହୁଥିବା ସାନପୁଅ ସନ୍ତୋଷ ଭୋରୁ ଛକି ବସିଥିଲା। ବାପା ହରି ସାହୁ ଭୋର ୫ ଟା ସମୟରେ କବାଟ ଖୋଲିବାରୁ ସନ୍ତୋଷ ମାରଧର କରିବା ସହ ଏକ ବ୍ଲେଡରେ ବାପାଙ୍କର ବେକ କାଟିଥିଲା। ଏହାଦେଖି ବାବୁଲା ଛଡ଼ାଇ ଆସିବା ସମୟରେ ବାପାଙ୍କୁ ଛାଡ଼ି ବଡ଼ଭାଇ ବାବୁଲାଙ୍କୁ ଆକ୍ରମଣ କରି ବେକ କାଟିଥିଲା। ଉଭୟେ ପାଟି କରିବାରୁ ସନ୍ତୋଷ ଘଟଣାସ୍ଥଳରୁ ଖସି ପଳାଇଛି।
ଅନ୍ୟପଟେ ବାପା ହରିଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଲଷ୍ମୀଧର (ବାବୁଲା) ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ସନ୍ତୋଷ ମଝିରେ ମଝିରେ ଗାଁକୁ ଆସି ବାପାଙ୍କୁ ନିଜ ନାଆଁରେ ଜମିବାଡ଼ି ଓ ଘରଟି କରିବାକୁ କହିଆସୁଥିଲା। ଏପରିକି ଏହାକୁ ନେଇ ସେ ମାରଧର ବି କରିଥାଏ ବୋଲି କୁହାଯାଉଛି।
Comments are closed.