କରୋନା : ରାଜ୍ୟରେ ୩୬୩୧ ପଜିଟିଭି ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧, ବାଲେଶ୍ୱରରୁ ୧୧୪, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, କଟକରୁ ୩୭୦, ଢେଙ୍କାନାଳରୁ ୫୬, ଗଜପତିରୁ ୯, ଗଞ୍ଜାମରୁ ୧୦୭, ଜଗତସିଂହପୁରରୁ ୭୯, ଯାଜପୁରରୁ ୧୨୭, ଝାରସୁଗୁଡ଼ାରୁ ୮୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୮୦, ଖୋର୍ଦ୍ଧାରୁ ୭୨୨, କୋରାପୁଟରୁ ୯୩, ମାଲକାନଗିରିରୁ ୫୫, ମୟୁରଭଞ୍ଜରୁ ୩୬୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୧୦୦, ନୂଆପଡ଼ାରୁ ୪୯, ପୁରୀରୁ ୧୫୭, ରାୟଗଡ଼ାରୁ ୧୧୧ଜଣ, ସମ୍ବଲପୁରରୁ ୬୮, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୯୫ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୯୫୦୫୯୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।
Comments are closed.