ଡ୍ୟାମ୍ରୁ ମିଳିଲା ଯୁବ ଇଞ୍ଜିନିୟରଙ୍କ ମୃତଦେହ

କଳାହାଣ୍ଡି: ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ଗତ ୧ ତାରିଖରୁ ନିଖୋଜ ଥିଲେ। ଅଗ୍ନିଶମ କର୍ମଚାରୀ ପ୍ରତ୍ୟୁଷଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ମୋବାଇଲ ଫୋନ୍ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।
ପ୍ରକାଶ ଯେ, ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନ ଗତ ୧ ତାରିଖରୁ ନିଖୋଜ ହୋଇଯାଇଥିଲେ। ମଙ୍ଗଳବାର ଦିନ ସନ୍ଧ୍ୟା ସାଢେ ୬ଟା ସମୟରେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ସେ ଏକ ଧଳାରଙ୍ଗର ଓଡ଼ି ୦୨ଏଡି୮୪୭୧ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଆଇ ୨୦ କାର୍ ଚଳାଉଥିବା ଦେଖାଯାଇଥିଲା। ଏହାପରଠାରୁ ଆଉ ସେ କ୍ବାର୍ଟରକୁ ଫେରି ନଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
Comments are closed.