IPL ୨୦୨୦: BCCIର କଣ୍ଟିନଜେଣ୍ଟ୍ ସଦସ୍ୟଙ୍କୁ କରୋନା
ନୂଆଦିଲ୍ଲୀ: ବିସିସିଆଇର ଜଣେ କଣ୍ଟିନ୍ମେଣ୍ଟ ସଦସ୍ୟଙ୍କୁ କରୋନା। ଚଳିତ ଆଇପିଏଲକୁ ତଦାରଖ କରିବା ପାଇଁ ଦୁବାଇ ଯାଇଥିବା ବିସିସିଆଇର କଣ୍ଟିନଜେଣ୍ଟ୍ ସଦସ୍ୟଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ।
ବିସିସିଆଇ କଣ୍ଟିନଜେଣ୍ଟ ସଦସ୍ୟର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବିସିସିଆଇର କ୍ରିକେଟ୍ ଅପରେସନ୍ ଦଳ କିମ୍ବା ଡାକ୍ତରୀ ଦଳରୁ ମୁଁ କହିପାରିବି ନାହିଁ। ଅନ୍ୟ ସଦସ୍ୟ ସୁସ୍ଥ ଅଛନ୍ତି ଏବଂ ସ୍ବାଭାବିକ ଅଛନ୍ତି ବୋଲି ଆଇପିଏଲର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି ପିଟିଆଇକୁ କହିଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ୧୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଚଳିତ ବର୍ଷ ଆଇପିଏଲ୍ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍ର ୧୩ ତମ ସଂସ୍କରଣ ସେପ୍ଟମ୍ବର ୧୯ରୁ ଆରମ୍ଭହୋଇ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।
Comments are closed.