ସାତ ଦିନ ମଧ୍ୟରେ ଏକାମ୍ର ହାଟ ଖାଲି କରିବାକୁ ନୋଟିସ୍
ଭୁବନେଶ୍ବର: ସାତ ଦିନ ମଧ୍ୟରେ ଭୁବନେଶ୍ବର ମଝିରେ ଥିବା ଏକାମ୍ର ହାଟକୁ ଖାଲି କରିବା ପାଇଁ ବ୍ୟବସାୟୀଙ୍କୁ ଇଡ୍କୋ ନୋଟିସ୍ କରିଛି। ଏନେଇ ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି।
ଅନ୍ୟପଟେ ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ୧୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବେ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି। କରୋନ ପାଇଁ ପ୍ରାୟ ୬ ମାସ ହେଲାଣି ବେପାର ବନ୍ଦ। ଏବେ ଲକଡ଼ାଉନ୍ ଖୋଲି ସବୁ ସ୍ବାଭାବିକ ହେବାକୁ ଯାଉଥିବା ବେଳେ ହାଟ ଖାଲି କରିବାକୁ ଇଡ଼କୋର ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇ ଦେଇଛି।
Comments are closed.