ମା’ଙ୍କୁ ଛୁରିରେ ମାରିଦେଲା ପୁଅ
ଜଗତସିଂହପୁର: ମା’ଙ୍କୁ ଛୁରିରେ ମାରିଦେଲା ପୁଅ। ଏମିତି ଖବର ଆସିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରୁ। ରଘୁନାଥପୁରର ଚାନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ଛୁରିରେ ହତ୍ୟା କରିଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରକାଶ ଯେ, ଅଭିଯୁକ୍ତ ନିତ୍ୟାନନ୍ଦ ଦାସ ଓ ତାଙ୍କ କଲ୍ୟାଣୀଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନିତ୍ୟାନନ୍ଦ ମାଆଙ୍କ ଉପରକୁ ଛୁରି ଫିଙ୍ଗିଥିଲେ। ଏଥିରେ କଲ୍ୟାଣୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣ ଘଟାଇବା ପରେ ଅଭିଯୁକ୍ତ ଛାତ ଉପରକୁ ଛୁରି ଧରି ଚାଲି ଯାଇଥିଲା।
ଅନ୍ୟପଟେ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଏହାପରେ ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଥାନା ଅଟକ ରଖି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ରଘୁନାଥପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Comments are closed.