Odisha Link
Bridging the Missing Links in Odisha

ପିଏମ୍ ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ଏବଂ ନରେନ୍ଦ୍ର ମୋଦୀ ମୋବାଇଲ ଆପ୍‌ର ଅଫିସିଆଲ ଟ୍ବିଟର ଆକାଉଣ୍ଟ ହ୍ୟାକ୍। ହ୍ୟାକର ଆକାଉଣ୍ଟ ଜରିଆରେ କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ ଆସିଛି। ତେବେ ଟୁଇଟଟି କିଛି ସମୟ ପରେ ହଟାଇ ଦିଆଯାଇଛି।

ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ୍  https://twitter.com/narendramodi_inର ଟ୍ୱିଟର ଆକାଉଣ୍ଟ ହ୍ୟାକରମାନେ ହ୍ୟାକ୍ କରିଥିଲେ। କିନ୍ତୁ ଏହାକୁ ଖୁବ୍ ଶୀଘ୍ର ଟୁଇଟର ପକ୍ଷରୁ ଠିକ୍ କରାଯାଇଥିଲା। ବର୍ତ୍ତମାନ ଟ୍ୱିଟରରୁ ଏକ ବିବୃତ୍ତି ଆସିଛି, ଯେଉଁଥିରେ ସେ ହ୍ୟାକିଂ ମାମଲାକୁ ଗ୍ରହଣ କରାଯାଇଛି। ଟ୍ୱିଟର ମୁଖପାତ୍ରଙ୍କ ଅନୁଯାୟୀ, ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ, ତଥାପି ଏହି ଆକାଉଣ୍ଟ ବ୍ୟତୀତ ଅନ୍ୟ କୌଣସି ଆକାଉଣ୍ଟ ହ୍ୟାକ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟରୁ କ୍ରିପ୍ଟୋ ମୁଦ୍ରା ସହ ଜଡିତ ଟ୍ୱିଟ୍ କରାଯାଇଥିଲା। ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଥିବା ଏକ ବାର୍ତ୍ତାରେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, କୋଭିଡ -୧୯ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ ଦାନ କରନ୍ତୁ ବୋଲି ଲେଖିଥିଲା ହ୍ୟାକର। ଅନ୍ୟ ଏକ ଟ୍ୱିଟରେ ହ୍ୟାକର ଲେଖିଥିଲା ଯେ, ଏହି ଆକାଉଣ୍ଟକୁ ଜନ୍ ୱିକ୍ ([email protected])ହ୍ୟ‌ାକ୍ କରିଛି। ଆମେ ପେଟିଏମ୍ ମଲ୍ ହ୍ୟାକ୍ କରିନାହୁଁ। ତେବେ ବର୍ତ୍ତମାନ ଏହି ବୋଗସ୍ ଟ୍ୱିଟ୍ ଡିଲିଟ୍ ହୋଇଯାଇଛି।

Comments are closed.