କରୋନା କଟକଣା ମଧ୍ୟରେ ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍
![](https://www.odishalink.com/wp-content/uploads/2020/09/hotel.jpg)
ଭୁବନେଶ୍ୱର: ଅନ୍ଲକ୍ ୪ ରେ ରାଜ୍ୟରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ରେଷ୍ଟୁରାଣ୍ଟ ଓ ବାର୍ ଖୋଲିଛି। ଏଣିକି ରାଜ୍ୟରେ ହୋଟେଲ, ବାର ଓ ରେଷ୍ଟୁରାଣ୍ଟରେ ଗ୍ରାହକ ମାନେ ବସି ଖାଇ ପାରିବେ। ଗତକାଲି ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି ହୋଟେଲ, ବାର ଓ ରେଷ୍ଟୁରାଣ୍ଟମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏସଓପି ପାଳନ କରି ଖୋଲିଛନ୍ତି।
ଏଥର ଲୋକେ ରେଷ୍ଟୁରାଣ୍ଟରେ ବସି ଖାଇବା ଖାଇପାରିବେ ପୂର୍ବରୁ କେବଳ ହୋମ ଡେଲିଭରୀ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଥିଲା। ଯଦି ରେଷ୍ଟୁରାଣ୍ଟ ଏବଂ ବାର୍ ମାଲିକ ମାନେ ଏସଓପି ପାଳନ କରିବାରେ ଅବହେଳା କରନ୍ତି ତେବେ ସେମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଯେଉଁଠି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହୋଇଥିବ ସେଠାରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ।
Comments are closed.