Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୨୬୭ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୬୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୬୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୦୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୦, ବାଲେଶ୍ୱରରୁ ୯, ବରଗଡ଼ରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଢେଙ୍କାନାଳରୁ ୧୮, ଗଜପତିରୁ ୧୮, ଗଞ୍ଜାମରୁ ୯୭, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୩୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୭, ଖୋର୍ଦ୍ଧାରୁ ୮୫୯, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୮୫, ନୟାଗଡରୁ ୭୦, ନୂଆପଡ଼ାରୁ ୪୦, ପୁରୀରୁ ୨୩୫, ରାୟଗଡ଼ାରୁ ୧୬୯ଜଣ, ସମ୍ବଲପୁରରୁ ୮୦, ସୋନପୁରରୁ ୬୬, ସୁନ୍ଦରଗଡ଼ରୁ ୧୨୭ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୬୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୪୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୭୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୯୯୭୩୪୫ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments are closed.