ଜେଲ ଗଲେ କୋଟିପତି ବାବୁ
![](https://www.odishalink.com/wp-content/uploads/2020/09/download.jpg)
ଢେଙ୍କାନାଳ: ଜେଲ୍ ଗଲେ ଏଆରସିଏସ ରମେଶ ବେହେରା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଫ୍ୟାକ୍ଟି୍ର ଓ ବଏଲର୍ସ ଉପନିଦେ୍ର୍ଧଶକ ରମେଶ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୪ଟି ଟିମ ଏକ କାଳୀନ ଚାରୋଟି ଜାଗାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଭୁବନେଶ୍ୱରର ପଟିଆରେ ଥିବା ତିନି ମହଲା ବିଶାଳ କୋଠା ଘର, ଆର୍ଥିକ ରେସିଡେନ୍ସିରେ ଏକ ଫ୍ଲାଟ, ତାଙ୍କ ପୈତୃକ ଘର ଅଫିସ ଆଦିରେ ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ।
ଗତକାଲି ଶ୍ରୀ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଚଢ଼ାଉରେ ସୁନାଗହଣା, ବ୍ୟାଙ୍କ ଜମା, ଘର,ଜୀବନବିମା ବଣ୍ଡ ଓ ଗାଡି ଆଦି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା। ତାଙ୍କ ଘରୁ ପ୍ରାୟ ଦେଢ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରରେ ୪୧ ଲକ୍ଷର ଫ୍ଲାଟ, ଯାଜପୁରରେ ୨୯ ଲକ୍ଷର କୋଠା, ପୁଡୁଚେରିରେ କୋଠା ଓ ୬ଶହ ଗ୍ରାମର ସୁନା ଓ ରୁପା ଠାବ ହୋଇଥିଲା।
Comments are closed.