Odisha Link
Bridging the Missing Links in Odisha

ଯୁବ ଆଇପିଏସଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସିଂଘମ ଭଳିଆ ନହୋଇ ପ୍ରେମରେ ଲୋକଙ୍କ ହୃଦୟ ଜିତିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଟ୍ରେନିଂ ଆଇପିଏସମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆଇପିଏସ ପ୍ରୋବେସନରମାନଙ୍କ ସହ ଆଲୋଚନା କାଳରେ ମୋଦି ସେମାନଙ୍କ ପ୍ରଶିକ୍ଷଣ ଠାରୁ ନେଇ ଲୋକତନ୍ତ୍ର ଓ ଯୋଗର ମହତ୍ୱ ବୁଝାଇଛନ୍ତି। ଏହି ଅବକାଶରେ ସେ କେତେକ ଟ୍ରେନିଂ ଅଧିକାରୀମାନଙ୍କ ସହ କଥା ହୋଇଥିଲେ। ସିଂଘମ ନହୋଇ ପ୍ରେମର ସେତୁ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସେ ବିହାର କ୍ୟାଡ଼ର ଆଇପିଏସ ତନୁଶ୍ରୀଙ୍କ ସହ କଥା ହୋଇଥିଲେ। ତନୁଶ୍ରୀ ଟେକ୍ସଟାଇଲରେ ଇଂଜିନିୟରିଂ କରିଥିଲେ। ତାଙ୍କୁ ମୋଦି କହିଥିଲେଯେ, ଟେକ୍ସଟାଇଲ ଓ ଟେରର ଭିତରେ ଫରକ ରହିଛି। ଟେକ୍ସଟାଇଲରେ ସୂତାକୁ ଯୋଡ଼ିବାର କାମ କରାଯାଏ ହେଲେ ଟେରରରେ ସୂତାକୁ ଛିଣ୍ଡାଇବାର କାମ କରିବାକୁ ପଡ଼ିବ। ଅପରପକ୍ଷରେ ସେ ଭଲଭାବେ ପ୍ରଶିକ୍ଷଣ ନେଇଛନ୍ତି ବୋଲି ତନୁଶ୍ରୀ କହିଛନ୍ତି।

Comments are closed.