ଏନସିବି ହେପାଜତରେ ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡା
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଆଜି ସକାଳୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରେଡ଼୍ କରିଛି। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ମୁମ୍ବାଇ ପୁଲିସ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଟିମ୍ ମିଳିତ ଚଢ଼ାଉ କରିଛି। ଆଜି ସକାଳେ ଏନସିବିର ଏକ ୫ଜଣିଆ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରିଛନ୍ତି। ରିୟାଙ୍କ ଗରେ ୪ ଘଣ୍ଟାର ସର୍ଚ ଅପରେସନ ପରେ ସୌଭିକ ଚକ୍ରବର୍ତୀଙ୍କୁ ପଚରାଉଚରା କରିବା ପାଇଁ ନେଇଯାଇଛି ଏନସିବି ଟିମ୍। ସୌଭିକଙ୍କ ଲାପଟପରୁ ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସୂଚନା। ସାମୁଏଲ ମିରାଣ୍ଡାଙ୍କ ଘରେ ମଧ୍ୟ ୨ ଘଣ୍ଟାର ସର୍ଚ୍ଚ ପରେ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ମଧ୍ୟ ଏନସିବି ଟିମ ହେପାଜତରେ ନେଇଛି।
ସୌଭିକ ଚକ୍ରବର୍ତୀ ଓ ସାମୁଏଲ ମିରାଣ୍ଡାଙ୍କ ଏନସିବି ମୁହାଁମୁହିଁ ଜେରା କରିପାରେ। ଡ୍ରଗ୍ସ ପେଡଲରଙ୍କ ସହ ସୌଭିକ ଚକ୍ରବର୍ତିଙ୍କ ସିଧା ସଂପର୍କ ଥିବା ଜଣାପଡିବା ପରେ ଏହାର ପ୍ରମାଣ ଖୋଜିବାକୁ ଚଢାଉ କରିଛି ଏନସିବି। ପୂର୍ବରୁ ଜୈଦ ଓ ଅବଦୁଲ ବସିତ ନାମକ ଦୁଇ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି। ଗିରଫ ଡ୍ରଗ୍ସ ମାଫିଆ ଜେରା ବେଳେ ଶୌଭିକ ଚକ୍ରବର୍ତି ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ। ଏହାର ପ୍ରମାଣ ପାଇବା ପାଇଁ ରିୟାଙ୍କ ବାସଭବନରେ ଚଢାଉ କରିଛି ଏନସିବି। ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ଶୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା।
Comments are closed.