ଛତିଶଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଓଡ଼ିଶାର ୭ ମୃତ, ୭ ଆହତ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଛତିଶଗଡ଼ର ରାୟପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବସ୍ ଓ ଗେୋଟିଏ ଟ୍ରକ୍ ପରସ୍ପରକୁ ଧକ୍କା ଦେଇଥିବା ବେଳେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ଆଉ ୭ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ମୃତକ ଓ ଆହତ ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ। ଗଞ୍ଜାମରୁ କିଛି ଲୋକ ଏକ ବସ୍ ଯୋଗେ ନିଜ କର୍ମସ୍ଥଳୀ ସୁରଟ ଅଭିମୁଖେ ଯାଉଥିବା ବେଳେ ରାୟପୁର ଠାରେ ଏହି ଦୁର୍ଘଟଣା ଘଟିଛି।
ମୁଖ୍ୟମନ୍ତ୍ରୀ ଏ ଘଟଣାରେ ଗଭୀର ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହହ ସେମାନଙ୍କ ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଏଥି ସହ ଆହତମାନଙ୍କ ଲାଗି ମାଗଣା ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ତୁରନ୍ତ ରାୟପୁର ଯାଇ ଆହତମାନଙ୍କ ଚିକିତ୍ସା ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଛାିଶଗଡ଼ ପୁଲିସ ମୁଖ୍ୟଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ସମନ୍ବୟ ରକ୍ଷା ଲାଗି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।
Comments are closed.