ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ଅନୁଗୋଳ: କଣିହାଁ ବ୍ଲକ ଦେି ପ୍ରବାହିତ ସମାକୋଇ ନଦୀରେ ବୁଡି ଯାଇଥିବା ଜଣେ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଳକ ଜଣକ ହେଲେ ଅମିତ ମହାଳିକ।
ପ୍ରକାଶ ଯେ, ଜିଲ୍ଲାର କଣିହାଁ ବ୍ଲକ ମହିଧରପୁର ଗ୍ରାମର ଦୁଇ ସାଙ୍ଗ ଲିପୁନା ସାହୁ ଆଉ ଅମିତ ମହାଳିକ ସମାକୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପାଣିର ସ୍ରୋତରେ ଉଭୟ ଭାସି ଯାଇଥିଲେ। ଲିପୁନାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲା ବେଳେ ଅମିତ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଦମକଳ ବାହୀନି ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ। ଶେଷରେ ଅମିତଙ୍କ ମୃତଦେହ ଉଦ୍ଧାର ହୋଇଛି। ସମଲ ପୋଲିସ ମୃତଦେହ ଜବତ କରିବା ସହ ପୋଷ୍ଟ ମଟମ ପାଇଁ ପଠାଇଛି।
Comments are closed.