ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଫଳାଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ କଳା ଫଳାଫଳ। ଏନେଇ ସିଏଚଏସସି କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟ ବିଭାଗର ପରୀକ୍ଷାଫଳକୁ ଉନ୍ମୋଚନ କରିଛନ୍ତି। ଛାତ୍ରଛାତ୍ରୀ ମାନେ www.orissaresults.nic.in ଓ୍ୱେବ୍ ସାଇଟ୍ ରେ ସେମାନଙ୍କ ରୋଲ୍ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଦେଖିପାରିବେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମୋଟ୍ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି। ପାସ୍ହାରେ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି। ପୁଅଙ୍କ ପାସ୍ ହାର ୫୭.୩୩ ରହିଥିବା ବେଳେ ଝିଅ ପାସ୍ ହାର ୭୫.୪୮ ରହିଛି। ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ, ଦ୍ଵିତୀୟ ଶ୍ରେଣୀରେ ୨୬,୦୨୭, ତୃତୀୟ ଶ୍ରେଣୀୟରେ ୧,୦୦,୧୦୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି। ଚଳିତ ବର୍ଷ କେବଳ ଜଣେ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ୨ ଲକ୍ଷ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ବରଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩ ପ୍ରତିଶତ ରହିଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୪୪.୬୭ ପ୍ରତିଶତ ରହିଛି। ୧୦ଟି କଲେଜ୍ରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସବୁଠୁ ବଡ କଥା ଚଳିତ ବର୍ଷ କୌଣସି କଲେଜ୍ରେ ଜିରୋ ରେଜଲ୍ଟ ହୋଇନଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।
Comments are closed.