୪ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ ମିରାଣ୍ଡା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏହି ମାଲାରେ ଡ୍ରଗ୍ସ କାରବାରର ଲିଙ୍କ୍ ଥିବା ନେଇ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ପରିଚାଳକ ସାମୁଏଲ ମିରଣ୍ଡାଙ୍କୁ ୪ଦିନିଆ ରିମାଣ୍ଡରେ ନେଇଛି। ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇଜଣ ଏନସିବିଙ୍କ ଅଧୀନରେ ରହିବେ ବୋଲି କୋର୍ଟ କହିଛନ୍ତି। ମାଜିଷ୍ଟ୍ରେଟ ନରେନ୍ଦ୍ର ଯୋଶୀ ଏହି ରାୟ ଶୁଣାଇଛନ୍ତି।
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଗତକାଲି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର ସମ୍ପୃକ୍ତି ନେଇ ଗିରଫ କରାଯାଇଥିଲା। ଗତକାଲି ସକାଳୁ ଏ ଦୁଇ ଜଣଙ୍କୁ ସେମାନଙ୍କ ଘରୁ ଏନସିବି ଉଠାଇ ଆଣିବା ପରେ ଦିନ ସାରା ପଚରାଉଚରା କରିଥିଲା। ରାତି ପ୍ରାୟ ୧୦ଟା ବେଳେ ବିଧିବଦ୍ଧ ଭାବେ ଗିରଫ ଦୁହିଁଙ୍କୁ କରାଯାଇଥିଲା। ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗିରଫ ପରେ ଅଧିକ ତଦନ୍ତ ପାଇଁ ଏନସିବି ଦୁହିଁଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଅଦାଲତକୁ ଆବେଦନ କରିଥିଲା। ଏହି ମାମଲାର ଶୁଣାଣି କରି ଅଦାଲତ ସୌଭିକ ଓ ମିରାଣ୍ଡାଙ୍କୁ ୪ଦିନିଆ ରିମାଣ୍ଡରେ ପଠାଇଛନ୍ତି।
Comments are closed.