Odisha Link
Bridging the Missing Links in Odisha

ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ : ଡିସିପି

ଭୁବନେଶ୍ବର: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଡିସିପି କହିଛନ୍ତି ଯେ, ଅଗଷ୍ଟ ୩୦ରେ ଜଣେ ମହିଳା ଭୁବନେଶ୍ବର ମହିଳା ଥାନାରେ ଏତଲା କରିଥିଲେ। ଗତ ମାର୍ଚ୍ଚ ଓ ଏପ୍ରିଲରେ ତାଙ୍କ ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଛି ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ଏକ ଗଣମାଧ୍ୟମର ୨ କର୍ମଚାରୀ ଓ ୨ ସୁରକ୍ଷା କର୍ମୀଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳା ଥାନାରେ ମାମଲା ରୁଜୁ କରାଯାଇଥିଲା। ପରେ ବୟାନ ରେକର୍ଡ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ନାଁ ନେଇଥିଲେ। ପୋଲିସ କର୍ମଚାରୀ ଓ ତାଙ୍କ ୨ ସହଯୋଗୀଙ୍କ ସଂପୃକ୍ତି କଥା କହିଥିଲେ। ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି ଓ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ହୋଇଛି। ସମସ୍ତ ଦିଗକୁ ନେଇ ଗମ୍ଭୀରତାର ସହ ତଦନ୍ତ କରୁଛୁ ବୋଲି ଡିସିପି କହିଛନ୍ତି।

Comments are closed.