ଓଡ଼ିଆ ଶ୍ରମିକଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଭୁବନେଶ୍ୱର: ଛତିଶଗଡ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଗଂଜାମ ଜିଲ୍ଲାରୁ ଗୁଜୁରାଟ ଯାଉଥିବା ୮ ଜଣ ଶ୍ରମିକଙ୍କ ଜୀବନ ହାନି ହୋଇଛି। ଏଥି ସହ ଦୁର୍ଘଟଣାରେ ବହୁ ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକାଂଶ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡିଆ ଶ୍ରମିକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସମୀର ମହାନ୍ତି ଏବଂ ପ୍ରଦୀପ୍ତ ନାୟକ ଆହତ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆହତମାନଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସାର ସୁବନ୍ଦୋବସ୍ତ ଓ ମୃତକ ପରିବାରଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ପାଇଁ ସମୀର ମହାନ୍ତି ଏବଂ ପ୍ରଦୀପ୍ତ ନାୟକ ଦାବୀ କରିଛନ୍ତି ।
Comments are closed.