ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ
![](https://www.odishalink.com/wp-content/uploads/2020/09/Mobile-service.jpg)
ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ବିକାଶରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। ଦୀର୍ଘ ଦିନର ଅପେକ୍ଷା ପରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା। ପୁଲିସର କଡା ସୁରକ୍ଷା ମଧ୍ୟରେ ଦୀର୍ଘ ଦଶନ୍ଧି ପରେ ହନ୍ତାଳଗୁଡା, ପିପଳପଦର, ଜନ୍ତାବାଇ ଏବଂ ଦର୍ଲାବେଡାରେ ମୋବାଇଲ ସେବା ଆରମ୍ଭ ହୋଇଛି। ସ୍ୱାଭିମାନ ଅଞ୍ଚଳରେ ଏୟାରଟେଲ ମୋବାଇଲ ସେବା ଆରମ୍ଭ କରିଛି।
ଏହା ଦ୍ୱାରା ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଲୋକେ ମୋବାଇଲରେ କଥା ହେବା ପାଇଁ ଚିତ୍ରକୋଣ୍ଡା ଆସୁଥିଲେ। ଏବେ ନିଜ ଗାଁରେ ରହି ସେମାନେ ଏହି ସୁବିଧା ପାଇ ପାରିବେ। ପୂର୍ବରୁ ଗୁରୁପ୍ରିୟା ସେତୁ ଯୋଗୁ ଯୋଗାଯୋଗ ସମ୍ଭବ ହୋଇଥିବା ବେଳେ ଏବେ ମୋବାଇଲ ସୁବିଧା ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ବିକାଶ ସହ ଯୋଡ଼ିଛି।
Comments are closed.