Odisha Link
Bridging the Missing Links in Odisha

ସୁଦାନ: ପତନ ହେଲା ୩ ଦଶନ୍ଧିର ଇସଲାମ୍ ଶାସନ, ପ୍ରତିଷ୍ଠା ହେବ ଗଣତନ୍ତ୍ର

ଓଏଲ୍‌ ବ୍ୟୁରୋ: ସୁଦାନର ସରକାର ନେଲେ ବଡ଼ ପଦକ୍ଷେପ। ସୁଦାନ ସରକାର ୩୦ ବର୍ଷର ଇସଲାମ୍ ଶାସନକୁ ସମାପ୍ତ କରି ଧର୍ମକୁ ଅଲଗା କରିବା ଉପରେ ସହମତି ପ୍ରକାଶ କରିଛନ୍ତି। ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଣତ କରିବାକୁ ରାଜି ହୋଇଛନ୍ତି ସରକାର।

ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଦୋକ ଏବଂ ବିଦ୍ରୋହୀ ସୁଦାନ ପିପୁଲ୍ସ ଲିବରେସନ ମୁଭମେଣ୍ଟ-ଉତ୍ତର ଗୋଷ୍ଠୀର ନେତା ଅବଦେଲ-ଅଜିଜ ଆଦାମ ଅଲ-ହିଲୁ ଗୁରୁବାର ଦିନ ଆଡିସ ଆବାବାରେ ଏହି ଘୋଷଣାନାମାରେ ଦସ୍ତଖତ କରିଛନ୍ତି।

ସୁଦାନ ଗଣତନ୍ତ୍ର ରାଷ୍ଟ୍ରରେ ଏକ ସରକାରୀ ଧର୍ମ ପ୍ରତିଷ୍ଠା କରିବ ନାହିଁ। କୌଣସି ନାଗରିକଙ୍କୁ ସେମାନଙ୍କର ଧର୍ମ ଆଧାରରେ ଭେଦଭାବ କରାଯିବ ନାହିଁ ବୋଲି ଘୋଷଣାନାମାରେ ଉଲ୍ଲେଖ ରହିଛି। ସୁଦାନ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଉଛି। ଏଠାରେ ଏବେ ସମସ୍ତ ନାଗରିକଙ୍କ ଅଧିକାର ରହିବ। ଏଠାରେ ସମ୍ବିଧାନ ଧର୍ମ ଓ ରାଜ୍ୟର ବିଭକ୍ତିକରଣର ସିଦ୍ଧାନ୍ତ ଉପରେ ଆଧାରିତ ହେବା ଉଚିତ୍। ବ୍ୟକ୍ତିର ଆତ୍ମନିର୍ଣ୍ଣୟ ଅଧିକାରର ସମ୍ମାନ କରିବା ଉଚିତ୍‌ ବୋଲି ଆହୁରି ଉଲ୍ଲେଖ ରହିଛି।

ସରକାରଙ୍କ ପକ୍ଷରୁ ବିଦ୍ରୋହୀ ଶକ୍ତି ସହିତ ରାଜିନାମା ଆରମ୍ଭ କରାଯିବା ପରେ ଗୋଟିଏ ସପ୍ତାହ ଭିତରେ ଏହି ରାଜିନାମା ଚୂଡାନ୍ତ ହୋଇଛି। ଏଥିରେ ଦାଫୁର ଓ ସୁଦାନର ଅନ୍ୟ ଭାଗରେ ବେଦଖଲ କରାଯାଇଥିବା ଏକଛତ୍ରବାଦ ଉମର ଅଲ ବସିରଙ୍କ ସହ ଲଢେଇ କରିବାର ପଥ ବନ୍ଦ ହୋଇଛି।

ସୁଦାନ ପିପୁଲ୍ସ ଲିବେରେସନ ମୁଭମେଣ୍ଟ-ନର୍ଥର ଦୁଇ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଘୋଷଣା ପତ୍ରରେ ହସ୍ତାକ୍ଷର କରିବାକୁ ମନା କରି ଦେଇଥିଲା। ଏହା ପରଠୁ ୧୯୮୯ରେ ବସିରଙ୍କ ପକ୍ଷରୁ କ୍ଷମତା ଉପରେ କବ୍‌ଜା କରିବା ପରେ ସୁଦାନକୁ ଅନ୍ତରାଷ୍ଟ୍ରୀୟ କଟକଣା ସହ ସଂଘର୍ଷ କରିବାକୁ ପଡିଥିଲା। ଆମେରିକା ୧୯୯୩ରେ ସୁଦାନକୁ ଆତଙ୍କବାଦୀ ପ୍ରାୟୋଜକ ଘୋଷିତ କରିଥିଲା ଏବଂ ପରେ ୨୦୧୭ ପର୍ଯ୍ୟନ୍ତ କଟକଣା ଲାଗୁ କରିଥିଲା।

Comments are closed.