ସତ୍ୟର ପରାଜୟ ନାହିଁ, ଖୁବଶୀଘ୍ର ପ୍ରମାଣିତ ହେବ: ବର୍ଷା

କଟକ: ଓଲିଉଡ ଜଗତର ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପାରିବାରିକ ବିବାଦ କାହାକୁ ବି ଅଛପା ନାହିଁ। ଆଜି ସୋସିଆଲ ମିଡିଆ ଜରିଆରେ ପାରିବାରିକ ବିବାଦକୁ ନେଇ ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ। ସେ ଟୁଇଟ କରି କହିଛନ୍ତି ଯେ, ସତ୍ୟର ପରାଜୟ ନାହିଁ, ଏହା ଖୁବଶୀଘ୍ର ପ୍ରମାଣିତ ହେବ। ଏହି ମାମଲାରେ କୋର୍ଟ ତାଙ୍କର ପଦକ୍ଷେପ ନେବେ ବୋଲି ଟୁିଟରେ କହିଛନ୍ତି ବର୍ଷା।
ସେ ଆହୁରି କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଅନ୍ୟ ସମସ୍ତଙ୍କ ଆର୍ଶିବାଦରେ ନିରବତା ଭାଙ୍ଗିବି। କାହାକୁ ତ୍ରୁଟିପୂର୍ଣ୍ଣ ଭାବେ ଆକ୍ଷେପ କରିବାର କାହାର ଅଧିକାର ନାହିଁ ବୋଲି ବର୍ଷା କହିଛନ୍ତି।
TRUTH CANNOT BE DEFEATED, IT SHALL BE PROVEN SOON
COURT WILL TAKE ITS OWN ACTION
WITH LORD JAGANNATH'S BLESSINGS & EVERYONE'S BLESSINGS I AM GOING TO BREAK THE SILENCE , NOBODY HAS THE RIGHT TO ACCUSE ANYONE FALSELY
LOVE YOU ALLJAY JAGANNATH
pic.twitter.com/iTecW8bm34
— VARSHA PRIYADARSHINI (@VarshaPriyadar3) September 7, 2020
ସୂଚନାଥାଉକି, ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଁଞ୍ଚିଛି ପୁଲିସ। ଅନୁଭବଙ୍କ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ ପହଁଞ୍ଚିଥିଲା। ବର୍ଷା ପ୍ରିୟଦର୍ଶିନୀ ଫୋନ୍ କରି ସୁରକ୍ଷା ମାଗିଥିବାରୁ ଅନୁଭବଙ୍କ ବାସ ଭବନରେ ପୁଲିସ୍ ପହଁଞ୍ଚିଥିଲା।
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପରିବାରିକ କଳହ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି। ଏହାର ଉତ୍ତରରେ ଅନୁଭବ କହିଛନ୍ତି ଯେ, ଜଣେ ମହିଳା ହିସାବରେ ବର୍ଷାଙ୍କୁ ମୁଁ ବହୁତ ସମ୍ମାନ କରେ। ଆମ ସମ୍ପର୍କକୁ ମଧ୍ୟ ସମ୍ମାନ କରେ। ଯାହା ବି ହୋଇଛି ଆମ ଭିତରେ ହୋଇଛି। ଘର ଭିତରେ ସମସ୍ୟାର ସମାଧାନ ହୋଇନ ପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଇଛୁ।
ଅନୁଭବ ଆହୁରି କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି। କୋର୍ଟ ଯାହା ନିଷ୍ପତ୍ତି ହେବ ତାକୁ ସମ୍ମାନ ଦେବୁ। ବର୍ଷା ଏବେ ବି ତାଙ୍କ ଘରେ ରହୁଛନ୍ତି। ଘରେ ରହି ଯିଏ ସାମାଜିକ ହିଂସା କଥା କହିବେ, କୋର୍ଟ ତାହାର ନିଷ୍ପତ୍ତି ନେବେ। ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ଏହା ରାଜନୈତିକ ନୁହେଁ, ଏହା ବ୍ୟକ୍ତିଗତ ସମସ୍ୟା। ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ବୋଲି ଅନୁଭବ କହିଛନ୍ତି।
Comments are closed.