ଡ୍ରଗ୍ସ ଲିଙ୍କ୍ରେ ୨୫ ସେଲିବ୍ରିଟି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ କରୁଛନ୍ତି ଏନସିବି। ଆଜି ଏନସିବି ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି। ଡ୍ରଗ୍ସ କାରବାର ମାମଲାରେ ଏପର୍ଯ୍ୟନ୍ତ ଏନ୍ସିବି ମୋଟ ୧୦ ଜଣଙ୍କୁ ଗିରଫ କରିଛି।
ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବିର ଜେରା ବେଳେ ଡ୍ରଗ୍ସ ଲିଙ୍କ୍ରେ ବଲିଉଡର ୨୫ ସେଲିବ୍ରିଟି ନାଁ ସାମ୍ନାକୁ ଆସିଛି। ଏହି ୨୫ ସେଲିବ୍ରିଟି ନାଁ ରିୟା ଚକ୍ରବର୍ତ୍ତୀଙ୍କ ନିକଟରୁ ମିଳିଥିବା ଇଲେକ୍ଟ୍ରୋନିକ୍ ଡିଭାଇସରୁ ହସ୍ତଗତ ହୋଇଛି। ଏନସିବି ତିଆରି କରିଥିବା ତାଲିକାକୁ ତିନି ଭାଗରେ ବିଭକ୍ତ କରାଯାଇଛି। କ୍ୟାଟେଗୋରୀ ଏ, କ୍ୟୋଟେଗୋରୀ ବି, କ୍ୟୋଟେଗୋରୀ ସିରେ ବିଭିନ୍ନ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ରହିଛି।
ଏନସିବି ଡ୍ରଗ୍ସ ବ୍ୟବସାୟୀଙ୍କ ଠାରୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଜବତ କରିଥିଲେ ଯେଁଉଥିରୁ ବଲିଉଡ୍ ସହ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା। ଏହି ତାଲିକା ଏନସିବିର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଖୁବଶୀଘ୍ର ଏନସିବି ଏହି ସମସ୍ତଙ୍କୁ ଜେରା କରିପାରେ। ଏନସିବିର ଜେରା ସମୟରେ ରିୟା ଓ ସୌଭିକ ଡ୍ରଗ୍ସ ଡିଲରଙ୍କ ସହ ଡ୍ରଗ୍ସ ପାଇଁ କୋଅର୍ଡିନେସନ୍ କରୁଥିବା କଥା ରିୟା ମାନିଛନ୍ତି। ଭାଇ ସୌଭିକଙ୍କ ଦ୍ବାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍ସ ମଗାଉଥିଲେ। ଏପରିକି ବଲିଉଡ ପାର୍ଟିରେ ନିଶାକାରବାର ହେଉଥିବା ନେଇ ଜେରା ବେଳେ ସୂଚନା ଦେଇଛନ୍ତି ରିୟା।
Comments are closed.