Odisha Link
Bridging the Missing Links in Odisha

କରୋନା : ରାଜ୍ୟରେ ୩୪୯୦ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୮୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୩୯୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୮, ବାଲେଶ୍ୱରରୁ ୯୨, ବରଗଡ଼ରୁ ୮୧, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୧୧୦, ବୌଦ୍ଧରୁ ୨୫, କଟକରୁ ୩୭୬, ଦେବଗଡ଼ରୁ ୨୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୩, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡ଼ାରୁ ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୫୫, ଖୋର୍ଦ୍ଧାରୁ ୫୩୫, କୋରାପୁଟରୁ ୯୩, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୨୦୭, ନବରଙ୍ଗପୁରରୁ ୪୦, ନୟାଗଡରୁ ୩୪, ନୂଆପଡ଼ାରୁ ୧୦୨, ପୁରୀରୁ ୨୧୭, ରାୟଗଡ଼ାରୁ ୨୦୬ଜଣ, ସମ୍ବଲପୁରରୁ ୮୫, ସୋନପୁରରୁ ୧୦୭, ସୁନ୍ଦରଗଡ଼ରୁ ୬୪ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୧୦୨ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୧୩୬୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.