Odisha Link
Bridging the Missing Links in Odisha

ଦେଶରେ କରୋନା; ୭୫ ହଜାର ୮୦୯ ନୂଆ ଆକ୍ରାନ୍ତ, ୧୧୩୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୭୫ ହଜାର ୮୦୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୮୦ ହଜାର ୪୨୨ ରେ ପହଞ୍ଚିଛି। ଏଥିସହ ଗତ ୨୪ ଘଣ୍ଟାରେ ୧୧୩୩ ଜଣ କରୋନା କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ଏବେ ୮ ଲକ୍ଷ ୮୩ ହଜାର ୬୯୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୩୩ ଲକ୍ଷ ୨୩ ହଜାର ୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.