କଙ୍ଗନାଙ୍କ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ: କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଲା ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଯେ, କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍ର ତଦନ୍ତ କରାଯାଉ। କିଛି ବର୍ଷ ପୂର୍ବେ ଅଭିନେତା ଅଧ୍ୟୟନ ସୁମନଙ୍କ ସୂଚନା ଆଧାରରେ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏକ ସାକ୍ଷାତକାରରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍ ନେଇ ଦାବି କରିଥିଲେ ଅଧ୍ୟୟନ ସୁମନ ଏବଂ ସେ ଆହୁରି ବି କହିଥିଲେ ଯେ, କଙ୍ଗନା ତାଙ୍କୁ ଡ୍ରଗ୍ସ ଦେଇଥିଲେ। ଅନିଲ ଦେଶମୁଖ କହିଛନ୍ତି ଯେ, “ମୁମ୍ବାଇ ପୋଲିସ କଙ୍ଗନା ରାନାୱତଙ୍କ ଡ୍ରଗ୍ସ ଲିଙ୍କ୍ର ସବିଶେଷ ତଥ୍ୟ ଖୋଜିବ। ଆଦୟନ ସୁମନ କିଛି ବର୍ଷ ପୂର୍ବେ କଙ୍ଗନା ରାନାୱତଙ୍କୁ ଡେଟ କରିଥିଲେ।
“ବର୍ତ୍ତମାନ କିଛି ଭିଡିଓ ଉଭା ହୋଇଛି ଯେଉଁଥିରେ କଙ୍ଗନା ରାନାୱତ ଜଣେ ନିଶା ସେବକ ବୋଲି ସ୍ବୀକାର କରିଛନ୍ତି। ଯଦି ତାହା ହୋଇଥାନ୍ତା, ତେବେ କିଏ ତାଙ୍କୁ ଏହି ଡ୍ରଗ୍ସ ଯୋଗାଉଥିଲେ? ଏହି ଘଟଣାର ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଯାଇ ଯାଞ୍ଚ କରିବା ଉଚିତ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଙ୍ଗନାଙ୍କ କିଛି ପୂର୍ବତନ ସହଯୋଗୀ ପ୍ରକାଶ କରିଛନ୍ତି ଯେ କଙ୍ଗନା କୋକେନ, ହ୍ୟାଶ ଇତ୍ୟାଦି ନେଉଛନ୍ତି, ଯାହାର ଯାଞ୍ଚ କରାଯିବା ଆବଶ୍ୟକ।
Comments are closed.