ରାଉରକେଲାରେ ମୁଖ୍ୟ ଶାସନ ସଚିବ
ରାଉରକେଲା: କରୋନା ମୁକାବିଲାକୁ ଅନୁଧ୍ୟାନ କରିବା ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ଅଚାନକ ରାଉରକେଲା ଗସ୍ତ କରିଛନ୍ତି। ସେ ରାଉରକେଲା ଆସି ପହଞ୍ଚିବା ପରେ ରାଉରକେଲା ହାଇଟେକ ହସ୍ପିଟାଲ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ରୋଗୀଙ୍କ ସହିତ ଆଲୋଚନା କରିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲୀ ସୁନୀଲ ନରଓ୍ବଣ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା. ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ରାଉରକେଲାରେ କୋଭିଡ ଚିକିତ୍ସା ପାଇଁ ଥିବା ବିଭିନ୍ନ ଘରୋଇ ହସ୍ପିଟାଲ ପରିଦର୍ଶନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି।
Comments are closed.