ସେପ୍ଟେମ୍ବର ଶେଷ ବେଳକୁ କରୋନା କମିବ!
![](https://www.odishalink.com/wp-content/uploads/2020/08/Corona.jpg)
ଭୁବନେଶ୍ବର: ସେପ୍ଟେମ୍ବର ଶେଷ ବେଳକୁ କରୋନା କମିବ! କରୋନା ସ୍ଥିତି ନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ବେଳକୁ କରୋନା ପ୍ରଭାବ କମିଯିବା ଆଶା କରାଯାଉଛି। କରୋନା କେବେ ଯିବ ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର। କୋଭିଡ୍ ନିୟମ ନ ମାନିଲେ କରୋନା ପଜିଟଭ୍ ସଂଖ୍ୟା ବଢ଼ିବ। ରାଜ୍ୟରେ ୮୦ ପ୍ରତିଶତ ସଂକ୍ରମିତ ଲକ୍ଷଣବିହୀନ।
ଟ୍ବିନ ସିଟିରେ ବେଶି ଆକ୍ରାନ୍ତ ଯୋଗୁଁ ହୋମ୍ ଆଇସୋଲେସନ୍କୁ ଗୁରୁତ୍ବ ନିଆଯାଉଛି। ଅଧିକ ଆଇସିୟୁ, ବେଡ୍, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୯୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩୧୮୨ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୫୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.