ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର : ଧର୍ମେନ୍ଦ୍ର

ଭୁବନେଶ୍ୱର: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମବୀ ନରେନ୍ଦ୍ର ମୋଦି ଜଳବାୟୁ ନ୍ୟାୟକୁ ନିଶ୍ଚିତ କରିବା ଓ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ସ୍ୱଚ୍ଛ ଇନ୍ଧନ ଯୋଗାଇଦେବା ପାଇଁ ଦୃଢ ନିଶ୍ଚିତ। ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅନେକ ସିଏନଜି ଷ୍ଟେସନ ଲୋକାର୍ପିତ କରାଯାଇଛି। ସେ କହିଛନ୍ତି ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଦେଶର ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି। ସେହିପରି ସ୍ୱର୍ଣ୍ଣ ଚତୁର୍ଭୁଜରେ ୧୦୦ ଏଲ୍ଏନ୍ଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ହୋଇଥିବା ଯୋଜନା ସ୍ୱଚ୍ଛ ଇନ୍ଧନ ବ୍ୟବହାରରେ ନୂଆ ମାପଦଣ୍ଡ ଆଣିବ। ଏହାସହ ସାରା ଦେଶରେ ୫୦୦୦ କମ୍ପ୍ରେସଡ୍ ବାୟୋ ଗ୍ୟାସ ପ୍ଲାଂଟ୍ ପ୍ରତିଷ୍ଠା କରିବା ଦିଗରେ ଭାରତ ସରକାର ଅଗ୍ରସର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ଭାରତ ସରକାର ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପ୍ରାକୃତିକ ଗ୍ୟାସର ସେୟାରକୁ ବର୍ତମାନର ୬.୩ ପ୍ରତିଶତରୁ ୧୫ ପ୍ରତିଶତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତମାନ ଦେଶରେ ପ୍ରାୟ ୧୭ ହଜାର କିମି ଲମ୍ବ ଗ୍ୟାସ ପାଇପଲାଇନର ନିର୍ମାଣ କାମ ଚାଲୁଅଛି। ପରିବେଶ ସହଯୋଗୀ ଇନ୍ଧନ ଉପଲବ୍ଧ କରିବା ପାଇଁ ସିଜିଡି ନେଟୱାର୍କର ସଂପ୍ରସାରଣ କରାଯାଉଛି। ଘର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଏବଂ ସିଏନଜି ପରିବହନ କ୍ଷେତ୍ର ପାଇଁ ପ୍ରାକୃତିକ ଗ୍ୟାସ ଯୋଗାଯାଉଛି। କମ୍ପ୍ରେସଡ୍ ବାୟୋ-ଗ୍ୟାସ(ସିବିଜି) ଏବଂ ଜୈବଖତ ଉତ୍ପାଦନ କରି ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଚୀନ ଏବଂ ଆମେରିକା ପରେ ଦ୍ୱିତୀୟ ବୃହତମ ଜନସଂଖ୍ୟା ଆଧାରରେ ଭାରତ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର। ବିଶ୍ୱରେ ଅଧିକ ଉର୍ଜା ବ୍ୟବହାର କରିଥିବା କ୍ଷେତ୍ରରେ ଭାରତରେ ଉର୍ଜା ଉପଭୋକ୍ତା ଏବଂ ଉର୍ଜା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଦେଶର ପ୍ରଧାନମବୀ କାର୍ଯ୍ୟ କରୁଛନ୍ତି। ଉର୍ଜା ବ୍ୟବସାୟରେ ନୂଆ ନିବେଶକଙ୍କ ପାଇଁ ନୀତି ସଂସ୍କାର ଅଣାଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ମାର୍କେଟିଂ କମ୍ପାନୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଏହା ଦ୍ୱାରା ଉର୍ଜା କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ବଢିବ ଏବଂ ଉପଭୋକ୍ତାଙ୍କ ପାଇଁ ସଠିକ୍ ମୂଲ୍ୟ ନିର୍ଣ୍ଣୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
Comments are closed.