Odisha Link
Bridging the Missing Links in Odisha

ଟ୍ରକ୍ ଓ କାର ମୁହାଁମୁହିଁ, ୨ ମୃତ

ସମ୍ବଲପୁର: ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁରୀ ଢ଼ାବା ସାମ୍ନାରେ ଅପରାହ୍ନରେ ଟ୍ରକ୍ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ଟ୍ରକ୍କୁ ଜବତ କରି ମୃତଦେହକୁ ଗାଡ଼ି ଭିତରୁ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ୍ ଆସୁଥିଲା। ଏହି ସମୟରେ ବୀପରିତ ଦିଗରୁ ଏକ କାର ଦ୍ରୁତଗତିରେ ଯାଉଥିବା କୋଇଲା ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ଲେଖାହେଲା ପର୍ଯ୍ୟନ୍ତ ମୃତ ଦୁଇ ଜଣଙ୍କର ପରିଚୟ ମିଳିପାରି ନାହିଁ।

Comments are closed.