ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ

ଭୁବନେଶ୍ବର: କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବଙ୍କ ଏକ ବାୟୋପିକ ରିଲିଜକୁ ନେଇ ଚର୍ଚ୍ଚା ହେଉଛି। ଯାହାର ଟ୍ରେଲର ସାମ୍ନାକୁ ଆସିଛି। ଏହାର ସ୍କ୍ରିପ୍ଟ ଲେଖିଛନ୍ତି ଲୋକସଭା ଟିଭିର ରିପୋର୍ଟର ଓ ଆଙ୍କର ଜାଗୃତି ଶୁକ୍ଲା।
ଲୋକସଭା ଟିଭିରେ ଆଙ୍କରିଂ କରୁଥିବା ଜାଗ୍ରତି ପୂର୍ବରୁ ଅନୁଭବଙ୍କ ସହ ଦିଲ୍ଲୀରେ ଦେଖା ହୋଇଛନ୍ତି। ତାଙ୍କର କବିତା ସଂକଳନ ବି ସେ ଅନୁଭବକୁ ଦେଇଛନ୍ତି। ଲୋକସଭା ଟିଭିରେ ସେ ଅନୁଭବଙ୍କର ସାକ୍ଷାତକାର ବି ନେଇଛନ୍ତି। ସେହିପରି ଉଭୟ ଉଭୟଙ୍କ ପୋଷ୍ଟକୁ ଲାଇକ, ସେୟାର ଓ ପ୍ରଶଂସା କରିବାକୁ ନେଇ ବି ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇ ଆସୁଥିଲା।
ଅନୁଭବଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଜଣେ ସାମ୍ବାଦିକା। ସାମ୍ବାଦିକାଙ୍କ ନାଁ ହେଉଛି ଜାଗୃତି ଶୁକ୍ଳା। ଚଳିତବର୍ଷ ଏପ୍ରିଲମାସରେ ଜାଗୃତିଙ୍କୁ ଅନୁଭବ ମହାନ୍ତିଙ୍କ ସହ ଦେଖିବାକୁ ମିିଳିଥିଲା। ସେତେବେଳେ ଜାଗୃତି ଟ୍ୱିଟ୍ କରି ଲେଖିଥିଲେ- ଅନୁଭବ ମହାନ୍ତି ଜଣେ ପ୍ରତିଭାବାନ କଳାକାର। ଓଡ଼ିଆ ସିନେମାର ସୁପରଷ୍ଟାର। ଲୋକଙ୍କ ପସନ୍ଦର ସାଂସଦ। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ସେ ବିନମ୍ର ବ୍ୟକ୍ତି। ମୋର କବିତା ସଂକଳନ ପୁସ୍ତକ ତାଙ୍କୁ ଉପହାର ଦେଇ ମୁଁ ବେଶ ଖୁସି। ଏହି ସାମ୍ବାଦିକା ହିଁ ଲେଖିଛନ୍ତି ଅନୁଭବ ମହାନ୍ତିଙ୍କ ଆତ୍ମଜୀବନୀର କାହାଣୀ । ଜାଗୃତି ଶୁକ୍ଲା ଲୋକସଭା ଟିଭିରେ କନ୍ସଲଟାଣ୍ଟ ଭାବେ କାମ କରନ୍ତି । ସେ ମଞ୍ଚ ଅଭିନୟ, ଫଟୋଗ୍ରାଫି ଏବଂ ଭ୍ରମଣ କରିବାକୁ ବେଶ ରୁଚି ରଖନ୍ତି । ଜାଗୃତିଙ୍କ ହିନ୍ଦି ସାହିତ୍ୟ ଉପରେ ବେଶ ଦଖଲ ଥିବାରୁ ସେ ଅନୁଭବଙ୍କ ଆତ୍ମଜୀବନୀର କାହାଣୀ ଲେଖିଥିବା କୁହାଯାଉଛି ।
Comments are closed.