କଥା ଦେଇ କଥା ରଖିଲେନି ଅନୁଭବ
ଭୁବନେଶ୍ବର: କଥା ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କାଲି ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଭେଟିନଥିବା ଅଭିଯୋଗ ହୋଇଛି। ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ମାନବଧିକାର କର୍ମୀ ଅଭିଯୋଗ କରିଛନ୍ତି।
ଆନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି ଯେ, ଗତକାଲି ତାଙ୍କ ଘରକୁ ଯାଇଥିଲୁ ଉଭୟ ବର୍ଷା ଓ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧନର ରାସ୍ତା ବାହାର କରିବାକୁ ଚାହୁଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ କହିଥିଲେ ଆମେ ସେଥିପାଇଁ ଆସିଥିଲୁ। ଘରେ ଥିଲେ ବି ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ ମନା କରିଥିଲେ ସାଂସଦ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁ୍ଁ ସେ ମର୍ମାହତ ବୋଲି କହିଥିଲେ। ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ। ଉଭୟଙ୍କ ମିଳାମିଶା ଚାହିଁଛୁ। ଅନୁଭବ ଆମକୁ କଥା ଦେଇ କଥା ରଖିଲେନି। ସେ ସମାଧାନ ଚାହୁଁନାହାନ୍ତି। ଗତକାଲି ବି ୫ ସଦସ୍ୟ ଯାଇ ଅନୁଭବ ଓ ବର୍ଷାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ।
ପ୍ରକାଶ ଯେ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି। ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି।
କେବଳ ଅନୁଭବ ଅନେକ ସମୟରେ ମଦ୍ୟପାନ କରି ଖରାପ ଭାଷାରେ ଗାଲି ଗୁଳଜ କରିଛନ୍ତି। ତେବେ ବିହାବ ବିଚ୍ଛେଦ ନୁହେଁ ସମାଧାନ ଚାହୁଁଥିବା ମାନବାଧିକାର କର୍ମୀଙ୍କ ଆଗରେ ବର୍ଷା କହିଥିବା ସୂଚନା ମିଳିଛି । ତେବେ ମାନାବାଧିକାର କର୍ମୀଙ୍କୁ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନଥିବା ଜଣାପଡିଛି ।
Comments are closed.