ବର୍ଷାଙ୍କୁ ଗ୍ରହଣ କରିବୁନି: ଅନୁଭବ
ଭୁବନେଶ୍ବର: ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟ୍ବଟ୍ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ।
ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ, ତଥାକଥିକ ମାନବାଧିକାର କର୍ମୀମାନେ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ମୋତେ ଏବଂ ମୋ ବାପା ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ମଧ୍ୟ ଭାବିନଥିଲି। ଏପରିକି ମୋ ବାପା ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କଲେ। ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି ବୋଲି ମଧ୍ୟ ଅନୁଭବ କହିଛନ୍ତି। ମିଡିଆକୁ ମୁଁ କିଛି କହିବିନି କି ସେମାନେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନମାନି କହିଲେ ଏବଂ ଯାହା କହିଲେ ସବୁ ମିଛି କଥା। ମୁଁ ଏବଂ ତାଙ୍କ ମା ଖୋଲାଖୋଲି କହିଥିଲୁ କି ଆମେ ଗ୍ରହଣ କରିବୁନି। ମୋତେ ଓ ମୋ ବାପାମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ। ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ପୂରା ଯୋଗାଯୋଗାରେ ଅଛନ୍ତି। କଥା ହୋଇଥିଲା ସଂପୃକ୍ତ କର୍ମୀ କି ମୁଁ କେହି ମିଡିଆ ଆଗରେ କିଛି କହିବୁନି। ସେମାନେ କିନ୍ତୁ ମୋ ପଛରେ ଛୁରି ମାରିଲେ। ମିଡିଆ ଆଗରେ ସବୁ ମିଛ କହିଲେ ବୋଲି କହିଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି।
ପ୍ରକାଶ ଯେ, ଦେଇ ମାନବାଧିକାର କର୍ମୀଙ୍କୁ ନିରାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କାଲି ଭେଟିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଭେଟିନଥିବା ଅଭିଯୋଗ ହୋଇଛି। ଅନୁଭବଙ୍କ ଘରୁ ନିରାଶ ହୋଇ ଫେରିବା ପରେ ମାନବଧିକାର କର୍ମୀ ଅଭିଯୋଗ କରିଛନ୍ତି।
ଆନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ଶାଖା ମୁଖ୍ୟ ଗୀତାଶ୍ରୀ ଦାସ କହିଛନ୍ତି ଯେ, ଗତକାଲି ତାଙ୍କ ଘରକୁ ଯାଇଥିଲୁ ଉଭୟ ବର୍ଷା ଓ ଅନୁଭବଙ୍କୁ ଭେଟିଥିଲୁ। ଆଜି ଉଭୟଙ୍କୁ ଏକାଠି ବସାଇ ସମାଧନର ରାସ୍ତା ବାହାର କରିବାକୁ ଚାହୁଁଥିଲୁ। ସାଂସଦ ଆଜି ଆମକୁ ସମୟ ଦେବେ କହିଥିଲେ ଆମେ ସେଥିପାଇଁ ଆସିଥିଲୁ। ଘରେ ଥିଲେ ବି ସହଯୋଗୀଙ୍କ ଜରିଆରେ ଦେଖାଦେବାକୁ ମନା କରିଥିଲେ ସାଂସଦ। କାଲି ମିଡିଆରେ ଆମ ମନ୍ତବ୍ୟ ଯୋଗୁ୍ଁ ସେ ମର୍ମାହତ ବୋଲି କହିଥିଲେ। ଆମେ ମିଡିଆରେ କିଛି ମନ୍ତବ୍ୟ ଦେଇନୁ। ଉଭୟଙ୍କ ମିଳାମିଶା ଚାହିଁଛୁ। ଅନୁଭବ ଆମକୁ କଥା ଦେଇ କଥା ରଖିଲେନି। ସେ ସମାଧାନ ଚାହୁଁନାହାନ୍ତି। ଗତକାଲି ବି ୫ ସଦସ୍ୟ ଯାଇ ଅନୁଭବ ଓ ବର୍ଷାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ।
Comments are closed.