Odisha Link
Bridging the Missing Links in Odisha

ସେ କେବେ ବି ମୋତେ ସ୍ବାମୀ ଭାବେ ମାନି ନାହାନ୍ତି: ଅନୁଭବ

ଭୁବନେଶ୍ବର: ଦାମ୍ପତ୍ୟ ବିବାଦକୁ ନେଇ ପୁଣି ଟୁଇଟ୍‌ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବର୍ଷା ତାଙ୍କୁ କେବେ ବି ସ୍ବାମୀ ଭାବେ ଗ୍ରହଣ କରିନଥିବା କହିଲେ ଅନୁଭବ। ଆଜି ପୁଣି ବର୍ଷାଙ୍କୁ ଅନରେବଲ ମ୍ୟାଡାମ ବୋଲି କହିଛନ୍ତି ସାଂସଦ ଅନୁଭବ। ଥରଟିଏ ପାଇଁ ବି ଅନରେବଲ ମ୍ୟାଡାମ ସ୍ବାମୀ ଭାବେ ମାନି ନାହାନ୍ତି। ମାନସିକ ଭାବେ ହେଉ ବା ଶାରୀରିକ ଭାବେ ହେଉ କେତେବେଳେ ବି ସ୍ବାମୀ ଭାବେ ମାନି ନାହାନ୍ତି। ମୋର ଓ ତାଙ୍କର ପବ୍ଲିକ ଇମେଜ୍‌ ପାଇଁ ମୁଁ ୭ ବର୍ଷ ହେଲା ଚୁପ୍‌ ରହିଥିଲି। ତାଙ୍କ ଉମେଜକୁ ସମ୍ମାନ ଦେବା କଣ ମୋର ବଡ଼ ଭୁଲ ଥିଲା କି? ମ୍ୟାଡାମ କେବେ ପ୍ରକୃତରେ ମୋର ପତ୍ନୀ ହୋଇପାରିଛନ୍ତି କି? ଏହା କେବଳ ଏକ ସାମଜିକ ବିବାହ ଥିଲା। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର କେବେ ମାନସିକ କି ଶାରୀରିକ ବିବାହ ହୋଇପାରିନାହିଁ। କାରଣ ସେ କେବେ ଚାହିଁ ନାହାନ୍ତି କି କେବେ ଚେଷ୍ଟା ବି କରିନାହାନ୍ତି ବୋଲି କହିନ୍ତି ଅନୁଭବ।

ପ୍ରକାଶ ଯେ, ଘରକୁ ମାନବାଧିକାର କର୍ମୀ ଯିବା ପ୍ରସଙ୍ଗରେ ସାଂସଦ ଅନୁଭବ ମହାନ୍ତି ଟ୍ବଟ୍‌ କରିଛନ୍ତି। ମାନବାଧିକାର କର୍ମୀମାନେ ତାଙ୍କ ସହ ପ୍ରତାରଣା କରିଛନ୍ତି କହିଲେ ଅନୁଭବ।

ଏହା ସହିତ ଅନୁଭବ ଆହୁରୀ ମଧ୍ୟ କହିଛନ୍ତି ଯେ, ତଥାକଥିକ ମାନବାଧିକାର କର୍ମୀମାନେ ଏମିତି ପ୍ରତାରଣା କରିବେ ବୋଲି ଭାବିନଥିଲି। ମୋତେ ଏବଂ ମୋ ବାପା ମାଙ୍କୁ ଏମିତି ପ୍ରତାରଣା କରିବେ ବୋଲି ମଧ୍ୟ ଭାବିନଥିଲି। ଏପରିକି ମୋ ବାପା ମା ଉଭୟ ଅସୁସ୍ଥ ଥିବା ବେଳେ ସେମାନେ ପ୍ରତାରଣା କଲେ। ମୁଁ ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲି ବୋଲି ମଧ୍ୟ ଅନୁଭବ କହିଛନ୍ତି। ମିଡିଆକୁ ମୁଁ କିଛି କହିବିନି କି ସେମାନେ କିଛି କହିବେନି ବୋଲି କହିଥିଲେ। କିନ୍ତୁ ସେମାନେ ତାହା ନମାନି କହିଲେ ଏବଂ ଯାହା କହିଲେ ସବୁ ମିଛି କଥା। ମୁଁ ଏବଂ ତାଙ୍କ ମା ଖୋଲାଖୋଲି କହିଥିଲୁ କି ଆମେ ଗ୍ରହଣ କରିବୁନି। ମୋତେ ଓ ମୋ ବାପାମାଙ୍କୁ ମାରିଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ଏ ଜନ୍ମରେ ନୁହେଁ କି କୌଣସି ଜନ୍ମରେ ଗ୍ରହଣ କରିବୁନି ବୋଲି କହିଥିଲୁ। ଗୀତାଶ୍ରୀ ଦାସ ବର୍ଷା ଓ ତାଙ୍କ ପରିବାର ସହ ପୂରା ଯୋଗାଯୋଗାରେ ଅଛନ୍ତି। କଥା ହୋଇଥିଲା ସଂପୃକ୍ତ କର୍ମୀ କି ମୁଁ କେହି ମିଡିଆ ଆଗରେ କିଛି କହିବୁନି। ସେମାନେ କିନ୍ତୁ ମୋ ପଛରେ ଛୁରି ମାରିଲେ। ମିଡିଆ ଆଗରେ ସବୁ ମିଛ କହିଲେ ବୋଲି କହିଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି।

Comments are closed.