ପୂଜା ଗାଇଡ୍ଲାଇନ୍କୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୂଜା ଗାଇଡ୍ଲାଇନ୍କୁ ଚାଲେଂଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏନେଇ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇଛି। ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚାଲେଂଜ କରି ମାମଲା ଦାୟର ହୋଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର ଗାଇଡ୍ଲାଇନ୍ କରିଛନ୍ତି। ମଣ୍ଡପର ୩ ପାର୍ଶ୍ବ ସଂପୂର୍ଣ୍ଣ ଓ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚଳିତ ବର୍ଷ ପାର୍ବଣରେ ପୂଜା ଗାଇଡଲାଇନ ଜାରି କରିଛନ୍ତି। ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଳନ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ଗାଇଡଲାଇନ କରାଯାଇଛି। ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ନେବା ଜରୁରୀ ବୋଲି କୁହା ଯାଇଛି।
ଜିଲ୍ଲାରେ ଜିଲ୍ଲାପାଳ, ଟ୍ବିନସିଟିରେ ପୋଲିସ କମିଶନରଙ୍କ ଅନୁମତି ଲୋଡି ପାରିବେ। କେବଳ ପରମ୍ଫରା ବଜାୟ ରଖିବା ପାଇଁ ଚଳିତ ବର୍ଷ ପୂଜା କରାଯିବ। ସାଧାରଣ ଲୋକ ଭାଗ ନେଇ ପାରିବେନି, ଗହଳି ହୋଇପାରିବନି। ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ। ଏମିତି ବନ୍ଦ ରହିବ, ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି। ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ ରହିବ। ମଣ୍ଡପରେ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିବେନି। ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ। ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ଗାଇଡଲାଇନ ଭଙ୍ଗକଲେ ବିପର୍ଯ୍ୟୟ ପରିଚାଳନା ଆଇନ, ଏପିଡେମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.