ଉଦ୍ଧବଙ୍କୁ ଫଡନାଭିସ୍ଙ୍କ ଟାର୍ଗେଟ, ଦାଉଦର ଘର ଭଙ୍ଗାଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭାଙ୍ଗିଦେଲେ
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଓ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବିବାଦ ଜାରି ରହିଛି। କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣାରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଦ୍ଧବ ଠାକରେଙ୍କୁ ସେ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କ ସପକ୍ଷରେ ବାହାରି ଫଡନାଭିସ୍ କହିଛନ୍ତି ଯେ, ଦାଉଦ ଇବ୍ରାହିମ ଘର ଭଙ୍ଗା ଯାଉ ନାହିଁ ମାତ୍ର କଙ୍ଗନାଙ୍କ ଘର ଭଙ୍ଗାଯାଉଛି। ଫଡନାଭିସ୍ ଆହୁରି କହିଛନ୍ତି ଯେ ଏ ସମସ୍ତ ମାମଲାକୁ ଶିବସେନା ହିଁ ବଢ଼ାଇଛନ୍ତି। ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ସହ ଲଢ଼ୁଛନ୍ତି।
Kangana Ranaut's issue was blown out of proportion by you (Shiv Sena). She is not a political leader. You don't go to demolish Dawood's home but you demolished her place: Devendra Fadnavis, BJP #Maharashtra pic.twitter.com/TvSIuHVvcV
— ANI (@ANI) September 11, 2020
ସୂଚନାଯୋଗ୍ୟ, ଗତ ୯ ତାରିଖ ଦିନ କଙ୍ଗନାଙ୍କ ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଦେଇଛି ବିଏମସି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା। ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି। ସ୍ଥାନୀୟ ପ୍ରଶାସନ ଜେସିବି ଓ ଶ୍ରମିକଙ୍କ ସହାୟତାରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗିଛି।
Comments are closed.