ଆଜିଠୁ ଦେଶରେ ଚାଲିବ ୮୦ଟି ନୂଆ ସ୍ପେଶାଲ ଟ୍ରେନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଅନଲକ୍-୪ ପର୍ଯ୍ୟାୟ ଚାଲିଛି। ଜୀବନ ସହ ଜୀବାକୁ ଗୁରୁତ୍ବ ଦେଇ ସରକାର କିଛି କଟକଣା କୋହଳ କରିଛନ୍ତି। ଆଜିଠୁ ଦେଶରେ ୮୦ଟି ସ୍ବତନ୍ତ୍ର ଚଳାଚଳ ଆରମ୍ଭ କରିଛି ଭାରତୀୟ ରେଳ ବିଭାଗ। ଏଥିପାଇଁ ଟିକେଟ୍ ରିଜର୍ଭେସନ୍ ପକ୍ରିୟା ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇସାରିଛି। ଏହି ଟ୍ରେନ୍ ଏବେ ଚାଲିଥିବା ୨୩୦ଟି ଟ୍ରେନକୁ ଛାଡି ରହିଛି। ଏବେ ଚଲାଯାଇଥିବା ସମସ୍ତ ସ୍ବତନ୍ତ୍ର ଟ୍ରେନ ପରିଚାଳନା ଉପରେ ନଜର ରଖାଯିବ ଓ ଯେଉଁଠି ବି ଟ୍ରେନର ଦାବି ହେବ କିମ୍ବା ଓ୍ବେଟିଂ ଲିଷ୍ଟ ହେବ ସେଠାରେ ଆକଚୁଆଲ ଟ୍ରେନ ପୂର୍ବରୁ ଏକ ‘କ୍ଲୋନ୍’ ଟ୍ରେନ ଚଲାଯିବ।
ପରୀକ୍ଷା ପାଇଁ କିମ୍ବା ଏଭଳି କୌଣସି ଉଦେଶ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବା ପରେ ଟ୍ରେନର ପରିଚାଳନା କରାଯିବ। ଦେଶରେ ଲଗାତାର ଦ୍ରୁତ ଗତିରେ ବଢୁଥିବା କରୋନାର ମାମଲାକୁ ଧ୍ୟାନରେ ରଖି ରେଲଓ୍ବେ ପୂର୍ବରୁ ହିଁ ସମସ୍ତ ପାସେଞ୍ଜର ଟ୍ରେନକୁ ଅନିଶ୍ଚିତ କାଳ ପାଇଁ ରଦ୍ଦ କରିଦେଇଛି।
ରେଲଓ୍ବେ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ନିୟମିତ ପାସେଞ୍ଜର ଟ୍ରେନ ଆଗାମୀ ନୋଟିସ୍ ପର୍ଯ୍ୟନ୍ତ ସ୍ଥଗିତ ରହିବ, କିନ୍ତୁ ୨୩୦ ସ୍ପେଶାଲ ଟ୍ରେନ ଚାଲିବ। ଦେଶରେ କରୋନା ସଂକ୍ରମଣକୁ ଦେଖି ରେଲସ୍ବେ ୨୨ ମାର୍ଚ୍ଚରୁ ପାସେଞ୍ଜର ଟ୍ରେନ, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ପରିଚାଳନା ବନ୍ଦ କରିଦେଇଥିଲା।
ରେଳମନ୍ତ୍ରଣାଳୟର ସୂଚନା ଅନୁସାରେ, ପ୍ରବାସୀ ଶ୍ରମିକ ବହୁ ପରିମାଣରେ ବଡ ବଡ ସହର ଅଭିମୁକେ ଯାତ୍ରା କରୁଛନ୍ତି। ଯେଉଁ ଯେଉଁ ସହରରେ ପ୍ରବାସୀ ଶ୍ରମିକ କରୋନା ସଙ୍କଟ କାରଣରୁ କାମ ଛାଡି ନିଜର ଗାଁକୁ ଚାଲିଆସିଥିଲେ ସେମାନେ ଏବେ ଫେରିବାରେ ଲାଗିଛି। ଏହି କାରଣରୁ ରେଲସ୍ବେ ଆହୁରି ୮୦ଟି ସ୍ପେଶାଲ ଟ୍ରେନ ଚଳାଇବାର ନିଷ୍ପତ୍ତି ନେଇଛି, ଯାହାଫଳରେ ପ୍ରବାସୀ ଶ୍ରମିକଙ୍କୁ କାମ କରିବା ପାଇଁ ପୁଣିଥରେ ସହରକୁ ଯିବାରେ ଯେପରି କିଛି ଅସୁବିଧା ନହୁଏ।
Comments are closed.